ଜାତୀୟ ଆଇନ ସେବା ଦିବସ ପାଳିତ

0
248

 

ବ୍ରହ୍ମପୁର, ୦୯/୧୧- ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଗଞ୍ଜାମ ଦ୍ବାରା ପଦଯାତ୍ରା ମାଧ୍ୟମରେ ଜାତୀୟ ଆଇନ ସେବା ଦିବସ ପାଳନ କରାଯାଇଛି। ଏହି ପଦଯାତ୍ରା ବ୍ରହ୍ମପୁର କୋର୍ଟ ପରିସର ରୁ ବାହାରି ମେଡିକାଲ କ୍ୟାମ୍ପସ ହାଇସ୍କୁଲ ପଯ୍ୟନ୍ତ ଯାଇଥିଲା। ପ୍ରାଧୀକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ ଏହି ପଦଯାତ୍ରା କୁ ଶୁଭାରମ୍ଭ କରିଥିଲେ। ଏହାସହ ପାରା ଲିଗାଲ ଭଲ୍ୟୁଣ୍ଟିଅର, ପ୍ୟାନେଲ୍ ଓକିଲ, ମିଡିଏଟର, ରିଟେନର, ବହୁ ସ୍ବେଚ୍ଛାସେବୀ, ସ୍କୁଲ କ୍ଲବ ସଦସ୍ଯ ତଥା ବ୍ରହ୍ମପୁର ସ୍କେଟିଙ୍ଗ ଏକାଡେମୀ ର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ। ଏହା ମାଧ୍ୟମରେ ସମାଜକୁ ବିଭିନ୍ନ ପ୍ରକାର ଆଇନ ବିଷୟ ରେ ସଚେତନତା କରିଥିଲେ।

LEAVE A REPLY

Please enter your comment!
Please enter your name here