ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଗରିବ ମାନଙ୍କୁ କମ୍ବଳ ବଣ୍ଟନ

0
251

ପାରଳାଖେମୁଣ୍ଡି , ୦୯/୧୧– ପାରଳାଖେମୁଣ୍ଡି ସ୍ଥିତ ବରିଷ୍ଠ ନାଗରିକଙ୍କ ମଞ୍ଚ ପକ୍ଷରୁ ପବିତ୍ର କାର୍ତ୍ତିକ ମାସର ଶୀତ କାଳରୁ ରକ୍ଷା ଦେବା ନିମନ୍ତେ ଗରିବ ଓ ଭିକ୍ଷୁକ ମାନଙ୍କୁ ଘୋଡାଇବା ପାଇଁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ନାଗରିକ ମଞ୍ଚ ସଭାପତି ଇଂ ଲକ୍ଷ୍ମୀ ନୃସିଂହ ରଥଙ୍କ ନେତୃତ୍ୱରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ କାଲି ରାତ୍ର ୧୦ ଘଣ୍ଟା ସମୟରେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ବାହାର ଖୋଲା ଆକାଶ ତଳେ ଶୋଇଥିବା ନିରିହ ଗରିବ ଓ ଭିକ୍ଷୁକ ମାନଙ୍କୁ ମଞ୍ଚର ସଭ୍ୟମାନେ ଯାଇ କମ୍ବଳ ବଣ୍ଟନ କରିଥିଲେ। ଏହି ଅବସରରେ ମଞ୍ଚର ସଭ୍ୟ ମାନେ ବିଭିନ୍ନ ଦଳରେ ଭାଗ ହୋଇ ମୋଟର ସାଇକେଲ ଯୋଗେ କମ୍ବଳ ଧରି ସହରର ବିଭିନ୍ନ ଛକ ଖୋଲା ଆକାଶ ତଳେ ଶୋଇଥିବା ନିରିହ ଗରିବ ଓ ଭିକ୍ଷୁକ ମାନଙ୍କୁ କମ୍ବଳ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶୀତ କାଳରେ ଖୋଲା ଆକାଶ ତଳେ ଶୋଇଥିବା ଗରିବ ଓ ଭିକ୍ଷୁକ ଘୋଡାଇବା ପାଇଁ ଏଭଳି ୧୩୦ ଟଙ୍କିଆ କମ୍ବଳ ବସ୍ତ୍ର ଦିଆଯାଇଥିବା ଭଳି ମହତ ପୁଣ୍ୟ କାମ କରିବା ଯୋଗୁଁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଇଂ ଲକ୍ଷ୍ମୀ ନୃସିଂହ ରଥଙ୍କ ସମେତ ସତ୍ୟବତୀ ପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା,ଲବ ଜେନା, ଭବାନୀ ଶଙ୍କର ଆଚାର୍ଯ୍ୟ, ପ୍ରମୁଖ୍ୟଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ରହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗଜେଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here