ବୃକ୍ଷ ସ୍ଥାନାନ୍ତରିତ ଓ ପୁନଃ ରୋପଣ ଯାନର ଆବଶ୍ୟକତା ଦାବିରେ ବ୍ରହ୍ମପୁର ସବୁଜ ବାହିନୀର ଦାବିପତ୍ର ପ୍ରଦାନ

0
167

-ବ୍ରହ୍ମପୁର ,୦୯/୧୧- ଆଜି ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବୃକ୍ଷର ସୁରକ୍ଷା ଓ ପୁନଃ ରୋପଣ ନିମନ୍ତେ ଆବଶ୍ୟକ ପଡୁଥିବା ବୃକ୍ଷ ସ୍ଥାନାନ୍ତରିତ ଭ୍ରାମ୍ୟମାଣ ଯାନ ର ଆବଶ୍ୟକତା ଦାବି ପତ୍ର ସ୍ଥାନୀୟ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ତାଙ୍କ ବାସଭବନ କାର୍ଯାଳୟ ରେ ପ୍ରଦାନ କରାଯାଇଛି । ବ୍ରହ୍ମପୁର ସମେତ ସାରା ଓଡ଼ିଶାର ବିଭିନ୍ନ ସହରରେ ତଥା ଗ୍ରାମାଞ୍ଚଳରେ ରାସ୍ତା ସଂମ୍ପ୍ରସାରଣ ଓ ଉନ୍ନତି ନାମରେ ବହୁ ପୁରାତନ ବୃକ୍ଷ କଟାଯାଉଛି । ଯାହାକି ପରିବେଶ ଉପରେ ଗଭୀର ପ୍ରଭାବ ପକାଉଛି ଏବଂ ସେହି ଛେଦନ କରାଯାଉଥିବା ବୃକ୍ଷର ସ୍ଥାନ ଅପୂରଣୀୟ ରହିଯାଉଛି । ତେଣୁ ସେହି ବିଶାଳ ବୃକ୍ଷ କୁ ଛେଦନ ନକରି ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ ଉକ୍ତ ଯନ୍ତ୍ର ଦ୍ବାରା କରାଯାଇ ପାରିବ କିନ୍ତୁ ଆମ ରାଜ୍ୟରେ ଏଭଳି ଯନ୍ତ୍ର ନାହିଁ । ବିଭିନ୍ନ ବିକଶିତ ଦେଶ ତଥା ଭାରତବର୍ଷ ର ଗୁଜୁରାଟ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟରେ ସରକାରଙ୍କ ତରଫରୁ ଏଭଳି ଯନ୍ତ୍ର ଆଣି ବୃକ୍ଷ କୁ ସ୍ଥାନାନ୍ତରିତ କରୁଛନ୍ତି ।ସାଂସଦ ମହୋଦୟ ଉକ୍ତ ଦାବି ପତ୍ରକୁ ଗମ୍ଭୀରତା ସହ ବିଚାର ପୂର୍ବକ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଉକ୍ତ ଯନ୍ତ୍ର କିଭଳି ଓଡ଼ିଶାକୁ ଅଣାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।ସଂଗଠନ ପକ୍ଷରୁ ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ.ଦିଲ୍ଲୀପ କୁମାର,କୋଷାଧ୍ୟକ୍ଷ ଦିପକ ପାତ୍ର,ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ସାଗର କୁମାର ପାତ୍ର ,ପି.ଅରବିନ୍ଦ,ବନମାଳୀ ପ୍ରଧାନ,ଏ.ପ୍ରକାଶ, କେ.ସୁଶିଲ କୁମାର, ସତ୍ୟ ନାରାୟଣ ଦାସ, ସୋନୁ ମନ୍ନା, ଶିବରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here