ଜନସମ୍ପର୍କ ପଦଯାତ୍ରା ଉଦଯାପିତ

0
183

ପାରଳାଖେମୁଣ୍ଡି , ୧୦/୧୧– ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ଗତ ଏକ ମାସ ଧରି ଚାଲୁ ରହିଥିବା ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖ ଠାରୁ ଏହି କାର୍ଯ୍ୟକ୍ରମ ବିଭିନ୍ନ ବ୍ଳକ ଓ ଗ୍ରାମାଞ୍ଚଳରେ ଆୟୋଜିତ ହୋଇଥିଲା।ଆଜି ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସଦର ମହକୁମା କୋର୍ଟ ଛକ ଠାରୁ ଦିନ ୧୧ ଘଣ୍ଟା ସମୟ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏହି ପଦଯାତ୍ରା କାର୍ଯ୍ୟକ୍ରମ ସାମିଲ ହୋଇଥିବା ବେଳେ ଏଥିରେ ବିଜେଡିର ବହୁ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ। ଏହି ପଦଯାତ୍ରା କୋର୍ଟ ଛକ ଠାରୁ ବାହାରି ଗାନ୍ଧୀ ଛକ ରାଜନହର ଛକ ଦେଇ କଲେଜ ଛକ ଠାରେ ପହଞ୍ଚି ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ସେଠାରେ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସେଠାରେ ଏକ ସାଧାରଣ ସଭା ଆୟୋଜନ କରି ବିଭିନ୍ନ ନେତା ନିଜ ନିଜ ବକ୍ତବ୍ୟରେ ବିଜେଡିର ବିଭିନ୍ନ ଯୋଜନା ଓ ବିକାଶ ବିଷୟରେ କହିଥିଲେ। ରାଜ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁଶାସନ ବିଷୟରେ କର୍ମୀ ଓ ଲୋକଙ୍କୁ ବୁଝାଇଥିଲେ। ଏହି ଅବସରରେ ବହୁ ଭାଜପା କର୍ମୀମାନେ ବିଜେଡିରେ ଯୋଗ ଦେଇଥିଲେ। ଏହି ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି, ଜିଲ୍ଲା ବିଜେଡ଼ି କାର୍ଯ୍ୟକାରି ସଭାପତି ମାରୁତି ପାଳ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦିପ ନାୟକ, ଅନ୍ତଯ୍ୟାମି ଗମାଙ୍ଗ, ପୂବତନ ଜିଲ୍ଲା ସଭାପତି ବସନ୍ତ ଦାସ ପ୍ରମୁଖ ସମେତ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here