*ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବାର୍ଷିକ ଉତ୍ସବ:ଗୋକର୍ଣ୍ଣପୁର*

0
178

 

ଦିଗପହଣ୍ଡି,୧୦/୧୧–ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଠାରେ ତତ୍କାଳିନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ବିଷୋୟୀଙ୍କ ଉଦ୍ଯମରେ ୧୯୮୮ ମସୀହାରୁ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବାର୍ଷିକ ଉତ୍ସବ ମହା ଆଡମ୍ବର ସହ ସଂପର୍ଣ୍ଣ ହୋଇଛି। ଏହି ଶାଖା ଦିଗପହଣ୍ଡି ଅଞ୍ଚଳର ସର୍ବପୁରାତନ ଶାଖା କହିଲେ ଅତ୍ଯୁକ୍ତି ହେବନାହିଁ। ପରବର୍ତ୍ତୀ କ୍ଷେତ୍ରରେ ବରିଷ୍ଠ ସ୍ୱୟଂ ସେବକ‌ ସଦାନନ୍ଦ ଦୋରାଙ୍କ ଉଦ୍ଯମରେ ଶାଖା ସୁଦୁର ପ୍ରସାରି ସହ ସୁଦୃଢ ହୋଇଥିଲା ବୋଲି ସ୍ୱୟଂ ସେବକ ବାବୁଲା ଦୋରା ସଂଘ ବିବରଣୀରେ ସ୍ଥାନିତ କରିଥିଲେ॥ ଏହି ପରିପ୍ରେକ୍ଷୀରେ ସ୍ୱୟଂ ସେବକ ମାନେ ପଥ ସଂଚାଳନ,ସୂର୍ଯ୍ଯ ନମସ୍କାର,ଆୟୁଧ ଓ ନିୟୁଧ ସଂପର୍ଣ୍ଣ ବହୁ ଶାରୀରିକ କୌଶଳ ପ୍ରଦର୍ଶନ କରିଥିଲେ॥ ଏହି ଅବସରରେ ମୂଖ୍ଯ ଅତିଥି ଭାବରେ ଡେଙ୍ଗାପଦର ମଠାଧୀସ ମହନ୍ତ ପଦ୍ମଚରଣ ଦାସ, ମୂଖ୍ଯ ବକ୍ତାରୂପେ ଆର୍.ଏସ୍.ଏସ୍ ର ସ୍ୱଦେଶୀ ଜାଗରଣ ମଞ୍ଚର ଶ୍ରୀ ଅନ୍ନଦା ପ୍ରସାଦ ପାଣିଗ୍ରାହୀ, ସମ୍ମାନୀତ‌ ଅତିଥି ରୂପେ ପାଟପୁର ବିଶେଶ୍ୱର ରାଏ ମହାବିଦ୍ଯାଳୟର ରସାୟନ ବିଜ୍ଞାନ ଅଧ୍ଯାପକ କୈଳାଶ ସ୍ୱାଇଁ, ଅଞ୍ଚଳର ଗଛ ମଣିଷ ରୂପେ ପରିଚିତ ୨ଥର ପ୍ରକୃତି ମିତ୍ର ପୁରଷ୍କାର ପ୍ରାପ୍ତ ଶ୍ରୀ ମୋହନ ଦାସ ଉପସ୍ଥିତ ରହି ବୌଧିକ ରଖିଥିଲେ। ଶତାଧିକ ସ୍ୱୟଂ ସେବକ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ॥

LEAVE A REPLY

Please enter your comment!
Please enter your name here