ଦିଗପହଣ୍ଡି:ବମକୋଇ ଶିବାନନ୍ଦ ଉଚ୍ଚ ବିଦ୍ଯାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ସକାଶେ ପୂର୍ବତନ ଛାତ୍ରଙ୍କ ୪ର୍ଥ ପ୍ରସ୍ତୁତି ବୈଠକ

0
230

 

ଦିଗପହଣ୍ଡି, ୧୦/୧୧– ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମରେ ୧୯୬୪ ମସିହାରେ ସ୍ଥାପିତ ହୋଇଥିବା ଶିବାନନ୍ଦ ଉଚ୍ଚ ବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ସକାଶେ ବିଦ୍ଯାଳୟର ପ୍ରଥମ ବ୍ଯାଚର ଶିକ୍ଷାର୍ଥୀ ମାନଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ସମସ୍ତ ବ୍ଯାଚର ପ୍ରତିନିଧିତ୍ୱ ସହ ଅନେକ ଶିକ୍ଷାର୍ଥୀଙ୍କୁ ନେଇ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆନୁମାନିକ ଅପ୍ରେଲ ୨୦୨୦ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ସହ ଆୟୋଜନର ବିଭିନ୍ନ ବିଭାଗର ଦାୟୀତ୍ୱ ସକାଶେ ଅସ୍ଥାୟୀ ଭାବରେ ଉପ କମିଟି ଚୟନ କରାଯାଇଥିଲା। ସମସ୍ତ କମିଟିର ନେତୃତ୍ୱ ପୂର୍ବତନ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଦ୍ଯାଳୟର ପ୍ରଥମ ବ୍ଯାଚ ଛାତ୍ର ଶ୍ରୀ ବାଲ୍ମୀକି ପ୍ରଧାନ ନେବା ପାଇଁ ସ୍ଥିରୀକୃତ କରାଯାଇଛି। ବିଭିନ୍ନ କମିଟି ମଧ୍ଯରେ ସୋଭନେୟାର ,ଆର୍ଥିକ,ପରିଚାଳନା, ଅତିଥି ଅଭ୍ଯର୍ଥନା କମିଟି ତିଆରି କରାଯାଇଛି। ଏଥିରେ ବହୁ ବଡ ବଡ ପଦାଧିକାରୀ ବରିଷ୍ଠ ଛାତ୍ର ଅଂଶଗ୍ରହଣ କରି ମତାମତ ରଖିଥିଲେ॥

LEAVE A REPLY

Please enter your comment!
Please enter your name here