୩୯ ତମ ଭକ୍ତି ସଂଗୀତ ସମାରୋହ

0
191

ପାରଳାଖେମୁଣ୍ଡି, ୧୧/୧୧– ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଂଗୀତ ସଂସଦ ଆନୁକୁଲ୍ୟରେ ୩୯ ତମ ଭକ୍ତି ସଂଗୀତ ସମାରୋହ -୨୦୧୯ ଅନୁଷ୍ଠିତ ହୋଇଯାଇଛି। ରବିବାର ସନ୍ଧ୍ୟାରେ ସ୍ଥାନୀୟ ରାଜଦାଣ୍ଡ ଠାରେ ମହନ୍ତ ମହାରାଜ ରାମାନନ୍ଦ ଦାସଜି ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ, ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ, ମାରୁତି ପାଳ, ପ୍ରଦୀପ ନାୟକ, ରାସବିହାରି ମହାନ୍ତି ପ୍ରକାଶ ମଞାସିନ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥି ମାନେ ଭକ୍ତି ସଂଗୀତ ସଂସଦ ଦ୍ୱାରା ଦୀର୍ଘ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ଭକ୍ତି ସଂଗୀତ ସମାରୋହ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ପାରଳାର କଳା ,ସଂସ୍କୃତି ଓ ସଂଗୀତକୁ ଏକ ନୂତନ ଦିଗଦର୍ଶନ ଦେବା ସହ ବିଭିନ୍ନ ସଂଗୀତ କଳାକାର ମାନଙ୍କୁ ସୃଷ୍ଟି କରି ଏକ ଆଦର୍ଶ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଭକ୍ତି ସଂଗୀତ ସମାରୋହରେ ବିଶିଷ୍ଟ ସିତାର ବାଦକ ସୁରେନ୍ଦ୍ର କୁମାର ରାୱାଲ, ସୁପ୍ରସିଦ୍ଧ ତବଲା ବାଦକ ରତ୍ନାକର ପୃଷ୍ଟି, ଲୋକପ୍ରିୟ ସଂଗୀତଜ୍ଞ ପ୍ରଶାନ୍ତ ପାଣ୍ଡି, ରଘୁନାଥ ପାତ୍ର, ଶ୍ରୀକର ପଣ୍ଡା,ପ୍ରତିଭା ପ୍ରଧାନ ଓ ଭକ୍ତି ସଂଗୀତ ସଂସଦର କଣ୍ଠ ଶିଳ୍ପୀମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରିଥିଲେ। ଏହି ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟି ର ଥିଲା। ଭକ୍ତି ସଂଗୀତ ସଂସଦର ସଭାପତି ବସନ୍ତ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ସାଧାରଣ ସମ୍ପାଦକ ପୂଣ୍ଣଚନ୍ଦ୍ର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here