ପ୍ରିୟଙ୍କାଙ୍କ ଦୁଷ୍କର୍ମ ଓ ବିଭତ୍ସ ହତ୍ୟାକୁ ନେଇ ତହସିଲଦାର ଙ୍କୁ ଦାବିପତ୍ର ।

0
177

ହିଞିଳିକାଟୁ ୨/୧୨-(ପ୍ରିୟବ୍ରତ ପଣ୍ଡା) :- ହାଇଦ୍ରବାଦ୍‌ର ମହିଳା ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଲୋକେ ଏହାକୁ ଦ୍ୱିତୀୟ ନିର୍ଭୟା କାଣ୍ଡ ସହିତ ତୁଳନା କରୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ଅଭିନେତା ଓ ସ୍କୁଲ ,କଲେଜ ଛାତ୍ରଛାତ୍ରୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସାରା ଜଗତ ବି ପୂରା ସ୍ତବ୍ଧ ହୋଇଯାଇଛି। ଏଭଳି ପାଶବିକ କାଣ୍ଡରେ ସୋମବାର ହିଞିଳକାଟୁ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହାକୁ ନେଇ ଖୁବ୍‌ କ୍ରୋଧ ପ୍ରକାଶ କରି କହିଛନ୍ତି । ଏଭଳି ମଣିଷ ଦେଶର ଶୈତାନ ଅଟନ୍ତି । ଏନେଇ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରୁ ଏକତ୍ରିତ ହୋଇ ଏକ ରାଳିରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଦୋଷୀ କୁ କୋଠର ଦଣ୍ଡ ଏବଂ ଫାଶୀ ଦଣ୍ଡବିଧାନ ଦେବା ନିମନ୍ତେ ତହସିଲଦାରଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here