“ମୋ ଗାଁ ରେ ତହସିଲ ” କାର୍ଯ୍ୟକ୍ରମ ରେ ବାଚସ୍ପତି ଙ୍କ ଦ୍ବାରା ପଟ୍ଟା ବଣ୍ଟନ

0
343

ବ୍ରହ୍ମପୁର,୦୪/୧୨- “ମୋ ଗାଁ ରେ ତହସିଲ” ଅନ୍ତର୍ଗତ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ପଟ୍ଟା ବଣ୍ଟନ କାଯ୍ୟକ୍ରମ ଆଜି ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧକ୍ଷତାରେ ଅନୁଷ୍ଟିତ କାଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଚସ୍ପତି ସୂଯ୍ୟନାରାୟଣ ପାତ୍ର,ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ,ଚିକିଟି ବିଧାୟିକା ଉଷାଦେବୀ,ବ୍ରହ୍ମପୁର ର ବିଧାୟକ ବିକ୍ରମ ପଣ୍ଡା ଏବଂପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେଦତ୍ତାତ୍ରେୟ ଭାଉ ସାହେବ ,ଏଡିଏମ (ରାଜସ୍ବ)ଲକ୍ଷ୍ମୀକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ୭ଟି ତହସିଲର ୩ହଜାର ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଲୋକ ମାନେ ପଟ୍ଟା ପାଇବା ପାଇଁ ବହୁ ହଇରାଣ ହେଉଥିଲେ କିନ୍ତୁ ମୋ ଗାଁରେ ତହସିଲ କାଯ୍ୟକ୍ରମ ଲୋକଙ୍କୁ ସହଜରେ ପଟ୍ଟା ପାଇବା ପାଇଁ ସରଳ କରିବା ଉଦ୍ଦେଶ୍ଯ ରେ ଏହି କାର୍ଯ୍ୟକ୍ରମ ହେଉଛି । ଏହି କାଯ୍ୟକ୍ରମ ଦ୍ବାରା ଲୋକ ଙ୍କୁ ଆଉ ବାରମ୍ବାର ତହସିଲ ଅଫିସକୁ ଦୌଡିବାକୁ ପଡିବ ନାହିଁ । କାଯ୍ୟକ୍ରମରେ କୁକୁଡାଖଣ୍ଡି ତହସିଲଦାର ସୁବାଶଚନ୍ଦ୍ର ରଇତ,ରଗେଂଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ,କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର କଳାକୃଷ୍ନ ପ୍ରଧାନକଂ ସହ ୭ଟି ତହସିଲର ତହସିଲଦାର , ସମସ୍ତ ଆରଆଇ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here