ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପାରଳାର ଭିନ୍ନକ୍ଷମ ନିରଞ୍ଜନଙ୍କୁ ଜାତୀୟ ସମ୍ମାନ

0
170

ପାରଳାଖେମୁଣ୍ଡି ,୦୪/୧୨(ପ୍ରଭାତ ପାତ୍ର)– କେବଳ ଗଜପତିରେ ନୁହେଁ ସମଗ୍ର ଓଡ଼ିଶାରେ ଭିନ୍ନକ୍ଷମ ଭାଇ-ଭଉଣୀ ମାନଙ୍କୁ ସେମାନଙ୍କର ଅଧିକାର ନ୍ୟାୟ ଦେଇ ସଶକ୍ତି କରାଇବା ଦିଗରେ ପାରଳାଖେମୁଣ୍ଡିର ନିରଞ୍ଜନ ବେହେରା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ସହ ତାଙ୍କର ଏ ଦିଗରେ ଉକୃଷ୍ଟ କାର୍ଯ୍ୟ ଯୋଗୁଁ ତାଙ୍କ ପାଇଁ ଆଣିଦେଇଛି ଏହି ଜାତୀୟ ସମ୍ମାନ।
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତି କରଣ ମନ୍ତ୍ରଣାଳୟର ସଶକ୍ତି କରଣ ଦିବ୍ୟାଙ୍ଗନ ବିଭାଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୩ ତାରିଖ ଦିନ ଅନ୍ତରଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ମହାମାନ୍ୟ ଉପ-ରାଷ୍ଟ୍ରପତି ଏମ-ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିରଞ୍ଜନ ବେହେରାଙ୍କୁ ଉପଢୈାକନ ଓ ମାନପତ୍ର ଦେଇ ଏହି ଜାତୀୟ ସମ୍ମାନ ପ୍ରଦାନ କରିଥିଲେ।
ତାଙ୍କୁ ମିଳିଥିବା ତାଙ୍କର ଏହି ଜାତୀୟ ସମ୍ମାନ ଯୋଗୁଁ ସମଗ୍ର ଗଜପତି ଜିଲ୍ଲା ଆଜି ଗର୍ବିତ । ସେ ମଧ୍ୟ ଗଜପତି ଜିଲ୍ଲାକୁ ଦିଲ୍ଲୀ ଦରବାରରେ ପରିଚିତ କରାଇ ଗୈାରବ ଆଣିଦେଇଛନ୍ତି।
ପାରଳାଖେମୁଣ୍ଡି ସ୍ଥିତ ଓଡିଶା ପାରଳା ସହି ବାସିନ୍ଦା ନିରଞ୍ଜନ ବେହେରା। ସେ ଗତ କିଛି ବର୍ଷ ଧରି ଓଡ଼ିଶୀ ବିକଳାଙ୍ଗ ମଞ୍ଚର ସଭାପତି ଥିବା ସହ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ “” ସମର୍ଥ”ର ସଭାପତି ଅଛନ୍ତି।
ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କର ମୈାଳିକ ଅଧିକାର , ଉଚିତ ନ୍ୟାୟ ଦେବାରେ ସାହାଯ୍ୟ କରିବା ଏବଂ ବିଭିନ୍ନ ସଚେତନତା ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କୁ ସଶକ୍ତି କରାଇବା ଦିଗରେ ସେ କେବଳ ଗଜପତି ଜିଲ୍ଲାରେ ସିମୀତ ନୁହନ୍ତି। ସେ ସମଗ୍ର ଓଡ଼ିଶା ପାଇଁ ତାଙ୍କର ଏହି ଅଭିଯାନ ଜାରି ରଖିଛନ୍ତି। ନିରଞ୍ଜନଙ୍କ ଏଭଳି ବ୍ୟକ୍ତିତ୍ଵ ଓ କୃତିତ୍ବ ଯୋଗୁଁ ତାଙ୍କ ପ୍ରତି ଶୁଭେଚ୍ଛା ଜ୍ଞାପନ କରାଯିବା ସହ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here