ସରସ୍ବତୀ ଶିଶୁମନ୍ଦିର ଜେଜେମା ଓ ଅଜା ଆଇ ସମ୍ମିଳନୀ

0
299

ପାରଳାଖେମୁଣ୍ଡି , ୧୧/୧୨(ପ୍ରଭାତ ପାତ୍ର)–ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଠାରେ ଜେଜେବାପା ଜେଜେମାଆ ଓ ଅଜା ଆଈ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି
ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ମାର୍ଗଦର୍ଶକ ଦେବୀମଠର ମହନ୍ତ ପୂଜ୍ୟ ଶ୍ରୀ ରାମାନନ୍ଦ ଦାସ ଜୀ ଉପସ୍ଥିତ ରହି ଘର ମୁଖ୍ୟ ଜେଜେବାପା ଜେଜେମାଆ ଓ ଅଜା ଆଈଙ୍କ ସ୍ଥାନ ବିଷୟରେ ନିଜ ବକ୍ତବ୍ୟ ରେ ରଖିଥିଲେ ।
ପରିଚାଳନା ସମିତିର ସଭ୍ୟ ଶ୍ରୀମତୀ ଆଶାଲତା ଆପ୍ପାନା ଜେଜେବାପା ଜେଜେମାଆ ଓ ଅଜା ଆଈ ଙ୍କ ଉପରେ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ।
ବିଦ୍ୟାଳୟର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ଜେନା ବିଷୟ ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଜେଜେବାପା ଜେଜେମାଆ ଓ ଅଜା ଆଈ ଯୋଗ ଦେଇ ପ୍ରଶ୍ନଉତ୍ତରୀ କାର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here