ରାୟଗଡ଼ା ଜନସ୍ୱାସ୍ଥ୍ୟ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଙ୍କ ଦରମା ବନ୍ଦ କରିଲେ ଜିଲ୍ଲାପାଳ

0
160

ରାୟଗଡ଼ା, ୧୨/୧୨-(ବ୍ୟୁରୋ ରିପୋର୍ଟ) – ରାୟଗଡ଼ା ଜନସ୍ୱାସ୍ଥ୍ୟ ଡିଭିଜନ ଟି ବର୍ତ୍ତମାନ ନାହିଁ ରେ ନାହିଁ ରେ ଚାଲୁଥିବା ପରି ମନେ ହେଉଛି। ଏଠାକାର ନିର୍ବାହୀ ଯନ୍ତ୍ରୀ ଶରତ ପାଣିଗ୍ରାହୀ ମହାଶୟ ମାସ ରେ ୨୫ ଦିନ ଭୂବନେଶ୍ୱର ରେ କାଟନ୍ତି, ୫ ଦିନ ରାୟଗଡ଼ା ରେ, ଯେତେବେଳେ ଖୋଜିଲେ ବାବୁ ନାହାଁନ୍ତି। କେବେ ଝାଡା, କାଲି ବି.ପି, ତା’ପର ଦିନ ଗ୍ୟାଷ୍ଟିକ ଏପରି ଛୁଟି ଥାଆନ୍ତି। ଏପରି ଲୋକ କାମ କରିବା ର ଇଛା ନାହିଁ, ତେବେ ସରକାର ରାୟଗଡ଼ା ରୁ ଭୂବନେଶ୍ୱର ସର୍ବୋଚ୍ଚ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ କାହିଁକି ପଠାଇ ଦେଉନାହାନ୍ତି।ଆସନ୍ତା ଜାନୁଆରୀ ୧ ରୁ “ମୋ ସରକାର ” ଲାଗୁ ହେବ। ଏଠାରେ SDO ସର୍ବେସର୍ବା। ନୁଆ କରି ଚାକିରି କରୁଥିବା SDO ବର୍ତ୍ତମାନ ଛାୟା ନିର୍ବାହୀ ଯନ୍ତ୍ରୀ। SDO ମିଟିଂ ଠାରୁ ଆରମ୍ଭ କରି ଫିଲ୍ଡ୍ ସବୁ ସେ ବୁଝି ଥିବା ବେଳେ ନିର୍ବାହୀ ଯନ୍ତ୍ରୀ କେବଳ ଦରମା ନେବା ବେଳେ ଆସନ୍ତି ବୋଲି ଲୋକମାନେ ଯାହା କହୁଛନ୍ତି। ଏଥି ପାଇଁ ଜିଲ୍ଲାପାଳ ମହାଶୟ ତାଙ୍କର ଦରମା ବନ୍ଦ କରିଥିଲେ ମଧ୍ଯ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଙ୍କ ପୂର୍ବ ଭଳି ଛୁଟି କାଟି ଚାଲିଛନ୍ତି। ରାୟଗଡ଼ା ଜନସ୍ୱାସ୍ଥ୍ୟ ଡିଭିଜନ ରେ କେହି ମୂରବୀ ନଥିବା ଭଳି ମନେ ହେଉଛି। ଯଦି ଏବେଠୁ ଜନସ୍ୱାସ୍ଥ୍ୟ ଅଧିକ୍ଷଣ ଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ, ବିଭାଗୀୟ ପ୍ରମୂଖ ଶାସନ ସଚିବ ଦୁଷ୍ଟି ନ ଦିଅନ୍ତି, ତେବେ ଆଗାମୀ ଦିନ ରେ ଅଯଥା ଅପ୍ରୀତିକର ପରିସ୍ଥିତି ହେବ, ସେଥିପାଇଁ ସରକାର ବଦନାମ ହେବେ।

LEAVE A REPLY

Please enter your comment!
Please enter your name here