ଶକ୍ତି ସଂରକ୍ଷଣ ଦିବସ ଓ ସ୍କାଉଟ ଗାଇଡ଼ ଦୀକ୍ଷା ଗ୍ରହଣ

0
347

ହିଞିଳିକାଟୁ ୧୪/୧୨(ପ୍ରିୟବ୍ରତ ପଣ୍ଡା) :- ହିଞିଳିକାଟୁ ପୋୖରାଞ୍ଚଳ ସ୍ଥିତ ବୃନ୍ଦାବନ ସରକାରୀ ବିଦ୍ୟାପୀଠ ପରିସରେ ଶନିବାର ଶକ୍ତି ସଂରକ୍ଷଣ ଦିବସ ସହିତ ସ୍କାଉଟ ଓ ଗାଇଡ଼ର ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ବିଇଓ ବସନ୍ତ କୁମାର ପଣ୍ଡା ,ପୋଲସରା ସାଉଥ କୋ ଏସଡିଓ ସୁନିଲ କୁମାର ସ୍ୱାଇଁ,ଏବିଇଓ ବିଶ୍ୱନାଥ ମହାରଣା ପ୍ରମୁଖଙ୍କ ଉପସ୍ଥିତରେ ଶୁଭ ଉଦଘାଟନ ହୋଇଥିଲା ।ସ୍କାଉଟ ଓ ଗାଇଡ଼ର ବ୍ୟବସ୍ଥାର ପ୍ରଚଳନ ହୋଇ ଥିବା ଅବସରରେ ବ୍ରହ୍ମପୁର ଆଇ.ପି, ଶିକ୍ଷକ ଭାଗିରଥି ସ୍ବାଇଁ,ବଡଖଣ୍ଡି ସ୍କାଉଟ ଶିକ୍ଷକ ରାମହାରି ସାହୁ, ସ୍କାଉଟ ଶିକ୍ଷକ ଗଣ୍ଡଳା ରାମଚନ୍ଦ୍ର ଵିଷୋୟୀ,ପୋଚିଲିମା ସ୍କାଉଟ ଶିକ୍ଷକ ଏମ୍ ରଘୁନାଥ, ସ୍ଥାନୀୟ ବିଦ୍ୟାଳୟ ସ୍କାଉଟ ଶିକ୍ଷକ ଲାଲମୋହନ ସାହୁ,ସ୍କାଉଟ ଶିକ୍ଷୟିତ୍ରୀ ଭାରତି ଚୌଧୁରୀଙ୍କ ସଂଯୋଜନାରେ ସ୍କାଉଟ ଛାତ୍ରଛାତ୍ରୀ ମାନଙ୍କୁ ସ୍କାଉଟ ଓ ଗାଇଡ଼ ସମ୍ବନ୍ଧରେ ଚିତ୍ତାକର୍ଷକ ଅଭିବ୍ୟକ୍ତ କରାଇଥିଲେ । ଛାତ୍ରଛାତ୍ରୀମାନେ ସ୍କାଉଟ ରାଷ୍ଟ୍ରୀୟ ସଂଗୀତ ଗାନ କରିଥିଲେ ।ଅତିଥି ବୃନ୍ଦମାନେ ୫୦ଜଣ ସ୍କାଉଟ ଛାତ୍ରଛାତ୍ରୀ ମାନଙ୍କୁ ମେମ୍ବର ସିପ ବେଡଜ,ବ୍ରଦେର ଗାଇଡ଼ ବେଡ଼ଜ ସହ ସ୍କାଉଟ ଟୋପି ପ୍ରଦାନ କରି ପିଲାମାନଙ୍କୁ ମିଠା ଖୁଆଇ ଉତ୍ସାହିତ।କରିଥିଲେ ।ପରେ ଅତିଥିମାନେ ଶକ୍ତି ସଂରକ୍ଷଣ କିପରି ଅପଚୟ ନ କରିବା ଓ କମ ଶକ୍ତି ବ୍ୟବହାର କରିବାକୁ ତାଉପରେ ଅବଗତ କରାଇଥିଲେ ।ଏନେଇ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା ସେଥିରେ ପ୍ରଥମ ସ୍ଥାନ ଦଶମ ଶ୍ରେଣୀ ଛାତ୍ର ସୁବାସୀଷ ପାଢ଼ୀ, ଦୂତୀୟ ସ୍ଥାନ ଦଶମ ଶ୍ରେଣୀ ଛାତ୍ରୀ ତପସ୍ୱିନୀ ପାଠୀ, ତୃତୀୟ ସ୍ଥାନ ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତିପ୍ରଭା ମହାନ୍ତି ଆଦିଙ୍କୁ ଅତିଥି ମାନେ ପୁରସ୍କାର ରାଶି ପ୍ରଦାନ କରିଥିଲେ ।ପରେ ସ୍କାଉଟ, ଗାଇଡ଼, ରେଡ଼ କ୍ରସ ଏବଂ ସବୁଜ ବାହିନୀ ଙ୍କ ଦ୍ଵାରା ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଶକ୍ତି ସଂରକ୍ଷଣ ସମ୍ପର୍କିତ ଓ ସଡ଼କ ସୁରକ୍ଷା ଜୀବନ ରକ୍ଷା ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ମାନେ ପାଟଣା ସାହି ତଥା ମୋଡଲ ଷ୍ଟ୍ରୀଟ ଦେଇ କଲ୍ୟାଣ ମଣ୍ଡପ ନିକଟରେ ରହି ଟ୍ରାଫିକ ସଚେତନତା କରିଥିଲେ । ଏହି ସଚେତନତା ଅଭିଯାନରେ ସ୍ଥାନୀୟ ଥାନାଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବାଇକ ଗାଡି ଚାଳକମାନଙ୍କୁ ଅଟକାଇ ସଡ଼କ ସୁରକ୍ଷା ସମ୍ବନ୍ଧରେ ସଚେତନତା କରାଇଥିଲେ ।ହେଲିମେଟ ପିନ୍ଧିନଥିବା ଚାଳକମାନଙ୍କୁ ହେଲିମେଟ ପିନ୍ଧି ଚଳାଇବା ପାଇଁ ଅନୁରୋଧ କରି ଗୋଲାପ ଫୁଲ ସହିତ ଏକ ଚକଲେଟ ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଉପେନ୍ଦ୍ର ସାବତ, ମଧୁସୂଦନ ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here