ବ୍ରହ୍ମପୁର ସିଲକି ରୋଲର ସ୍କେଟିଂ ଏକାଡେମୀର ୭ଜଣ ସ୍କେଟର ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ ଲାଗି ବିଶାଖାପାଟଣା ଗସ୍ତ ।

0
611

 

ବ୍ରହ୍ମପୁର(୧୪/୧୨(ବ୍ୟୁରେ ରିପୋର୍ଟ) ୫୭ତମ ନ୍ୟାସନାଲ ରୋଲର ସ୍କେଟିଂ ଚମ୍ପିଆନସିପ୍ ଚଳିତ ମାସ ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ରୋଲର ସ୍କେଟିଂ ଫେଡେରସନ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ହେବ  । ଏହି ଚମ୍ପିଆନସିପରେ ଭାଗ ନେବା ପାଇଁ ଓଡ଼ିଶା ରୋଲର ସ୍କେଟିଂ ଫେଡେରେସନ ପକ୍ଷରୁ ଓଡ଼ିଶାରୁ ବିଭିନ୍ନ ବର୍ଗ ଓ ରୋଲର ହକିରେ ୧୩୮ଜଣ ସ୍କେଟରଙ୍କୁ ଚୟନ କରାଯାଇଛି  । ଏହି ଟିମରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ସହରର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର ଉଭୟ  ବାଳିକା ଓ ବାଳକ ବିଭାଗର ବିଭିନ୍ନ ବର୍ଗରେ ୭ଜଣ ସ୍କେଟର  । ୭ବର୍ଷରୁ ୯ ବର୍ଷ ବର୍ଗରେ ଅନ୍ୱେଷା ବିଷୋୟୀ, ଆୟୁଷ ପଣ୍ଡା, ୯ବର୍ଷରୁ ୧୧ ବର୍ଷ ବର୍ଗରେ ଆଶୁତୋଷ ପାଢୀ, ପୁନିତ ଗୌଡ଼, ୧୧ବର୍ଷରୁ ୧୪ ବର୍ଷ ବର୍ଗରେ ଶ୍ରଦ୍ଧା ପ୍ରିୟଦର୍ଶନୀ, ଆଶ୍ରୀର୍ବାଦ ପାଢୀ ଓ ୧୪ରୁ ୧୬ ବର୍ଗରେ ଅନୁଭବ ପଣ୍ଡା ଓଡ଼ିଶା ଟିମ୍ ରେ ସାମିଲ ହୋଇଛନ୍ତି  । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟର ମାନେ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଜୁନିଅର ସ୍କେଟର ମାନଙ୍କ ୧୫ ତାରିଖରୁ ୧୭ତାରିଖ ଓ ସିନିଅର ସ୍କେଟର ମାନଙ୍କ ୧୮ତାରିଖରୁ ୨୪ ତାରିଖରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ  । ଏଥିପାଇଁ ସିଲକି ରୋଲର ସ୍କେଟିଂ ଏକାଡେମୀ ପକ୍ଷରୁ ଭାଗ ନେବାକୁ ଥିବା  ସମସ୍ତ ସ୍କେଟର ସ୍ଥାନୀୟ କୋଚ୍ ଗୌତମଙ୍କଠାରୁ ଉତ୍ତମ ପ୍ରଶିକ୍ଷଣ ପାଇଥିବା ବେଳେ ଯୋରଦାର ଅଭ୍ୟାସ ମଧ୍ୟ କରିଛନ୍ତି  । ଆଜି ଏହି ଚମ୍ପିଆନସିପରେ  ଅଂଶ ଗ୍ରହଣ କରିବା ଲାଗି ବ୍ରହ୍ମପୁରର ସ୍କେଟର ମାନେ ବିଶାଖାପାଟଣା ଅଭିମୁଖେ ଆଜି ଯାତ୍ରା ଆରମ୍ଭ କରିଛନ୍ତି  । ଏଥି ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କୁ ଏକାଡେମୀ , ଅଭିଭାବକ, ସ୍କେଟର ମାନେ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି  । ସୂଚନା ଯୋଗ୍ୟ ଯେ ଜାତୀୟ ଚମ୍ପିଆନସିପରେ ଭାଗ ନେବା ପାଇଁ ଏହି ସ୍କେଟର ମାନେ ପୂର୍ବରୁ ବ୍ରହ୍ମପୁର ଉପକଣ୍ଠ ଗାନ୍ଧୀ କଲେଜ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ଗତ ମାସ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଚନୟ ଶିବିରରେ ଉତ୍ତମ ପ୍ରଦର୍ଶନ କରି ମନୋନିତ ହୋଇଥିଲେ  ।

LEAVE A REPLY

Please enter your comment!
Please enter your name here