କ୍ରିସମାସରେ ଅନାଥଙ୍କ ମୁହଁରେ ହସ ଫୁଟାଇଲେ ଏସଏଫଏସ କର୍ମକର୍ତ୍ତା

0
212

 

ହିଞ୍ଜିଳିକାଟୁ-୨୬/ଡିସେମ୍ବର/୨୦୧୯(ପ୍ରିୟବ୍ରତ ପଣ୍ଡା) ପ୍ରଭୁ ଯୀଶୁଙ୍କ ଧରାବତରଣ ଦିବସ ବା କ୍ରିସମାସକୁ ଭିନ୍ନ ଢଙ୍ଗରେ ପାଳନ କରି ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇବାର ଏକ ନିଆରା ପ୍ରୟାସ କରିଛନ୍ତି ଏସଏଫଏସ, ହିଞ୍ଜିଳିକାଟୁର କର୍ମକର୍ତ୍ତା ମାନେ। କ୍ରିସମାସ ଅବସରରେ ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସ୍ଥାନୀୟ ଧରକୋଟ ସ୍ଥିତ ଶ୍ରୀ ଶ୍ରୀ ବାଲ୍ମୀକେଶ୍ୱର ଅନଥାଶ୍ରମକୁ ଯାଇ ସେଠାରେ ଅନାଥ ଶିଶୁ ମାନଙ୍କ ସହ ମିଶି କ୍ରିସମାସ ପାଳନ କରିବା ସହ ଶିଶୁ ମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ଏବଂ ମିଷ୍ଟାନ୍ନ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ସଂସ୍କାର ପଟ୍ଟନାୟକଙ୍କ ନେତୃତ୍ୱରେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଚିନ୍ମୟ ଚୌଧୁରୀ, ହିମାଂଶୁ ବେହେରା, ମୃତ୍ୟୁଞ୍ଜୟ ପାଢ଼ୀ, ଚିନ୍ମୟ ପୋଲାଇ, ଶୁଭ୍ରଜିତ ପଣ୍ଡା, ସାଇ ଶ୍ରୀତମ ଆଚାରୀ ଓ ରଞ୍ଜିତ ବାଡତ୍ୟା ପ୍ରମୂଖ ସାମିଲ ହୋଇଥିଲେ। ଯୁବକ ମାନଙ୍କ ଏହିଭଳି କାର୍ଯ୍ୟକଳାପକୁ ସାଧାରଣରେ ପ୍ରସଂଶା କରାଯିବା ସହ ଅନାଥାଶ୍ରମର ପରିଚାଳକ ମାନେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here