ବ୍ରହ୍ମପୁର,୨୯/୧୨(ହିମାଂଶୁ ଶେଖର ସାବତ) ମୋ ସରକାର’ ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍-ଟି ମନ୍ତ୍ରକୁ ଆଖି ଆଗରେ ରଖି ମଧ୍ୟ ରାତ୍ରିରେ ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ ଅଚାନକ ଏମକେସିଜି ମେଡ଼ିକାଲ ପରିଦର୍ଶନ କରିଛନ୍ତି । ମେଡିକାଲ ପରିସରରେ ଥିବା କାଜୁଆଲିଟିକୁ ଗସ୍ତ କରି ଉଭୟ ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଚାରବିମର୍ଶ କରିଥିଲେ ।
ସବୁଠାରୁ ବଡ଼କଥା ହେଲା କି, ସେଠାରେ ରୋଗୀଙ୍କ ସଂଖ୍ୟା ଯେତିକି ରହିଛି, ସେତିକି ପରିମାଣର ଡାକ୍ତର ନାହାନ୍ତି । ଏପରିକି ଉପଯୁକ୍ତ ପରିମାଣରେ ରୋଗୀଙ୍କ ପାଇଁ ବେଡ଼ ମଧ୍ୟ ନାହିଁ । ଯେଉଁଥି ପାଇଁ କିଛି ରୋଗୀ ବାହାରେ ଶୋଇଥିବା ଦେଖି ରୋଗୀ ଏବଂ ରୋଗୀ ସମ୍ପର୍କୀୟ ସହ ଆଲୋଚନା କରିଥିଲେ ଉଭୟ ସାଂସଦ ଓ ବିଧାୟକ । ମେଡ଼ିକାଲର ସେହି କାଜୁଆଲିଟି ବିଭାଗର ଗ୍ରାଉଣ୍ଡ ଫ୍ଲୋରରେ କିଛି ରୋଗୀ ଚିକିତ୍ସା ହେଉଥିବା ବେଳେ ସେହି କୋଠାର ଅନ୍ୟ ଫ୍ଲୋରରେ ରୋଗୀ ଚିକିତ୍ସା କରାଯାଉନାହିଁ । ତା’ସହ ଅନ୍ୟ କିଛି କୋଠରୀରେ କେବଳ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ତାଙ୍କ ଦୃଷ୍ଟିଗୋଚର ହୋଇଥିଲା ।
ସେପଟେ ମେଡିକାଲର ଏଭଳି ଦୟନୀୟ ସ୍ଥିତିକୁ ପରଖିବା ପରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ । ଏବଂ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମେଡିକାଲ ରେ କି ଭଳି ଉନ୍ନତ ସେବା ଯୋଗାଇ ଦିଆଯିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେ ମାନ ଗ୍ରହଣ କରିବାକୁ ସରକାରଙ୍କୁ ଜଣାଇବା ସହ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ।