ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ହିଞ୍ଜିଳିରେ ମଧ୍ୟ ଆକ୍ରୋଶ ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ

0
170

 

ହିଞ୍ଜିଳିକାଟୁ- ୩୦/ଡିସେମ୍ବର/୨୦୧୯(ପ୍ରିୟବ୍ରତ ପଣ୍ଡା) ଭୁବନେଶ୍ବରରେ ଏକ ଘରୋଇ ସପିଂ ମଲର କିଛି କର୍ମଚାରୀ ଜନୈକା କାର୍ଯ୍ୟରତ ସାମ୍ବାଦିକାଙ୍କୁ ଖବର ସଂଗ୍ରହ ସମୟରେ ଆକ୍ରମଣ କରିବା ପ୍ରତିବାଦରେ ହିଞ୍ଜିଳିକାଟୁ ଅଞ୍ଚଳର ସାମ୍ବାଦିକ ମାନେ ଏକତ୍ରିତ ହୋଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକ ମାନେ ଚିରକାଳ ଶାସନତନ୍ତ୍ର ଏବଂ ଜନସାଧାରଣଙ୍କ ଭିତରେ ସମ୍ପର୍କର ସେତୁଟିଏ ବାନ୍ଧିଥାନ୍ତି। ଗତ କିଛି ଦିନ ହେଲା ଓଡ଼ିଶାରେ ସାମ୍ବାଦିକ ମାନଙ୍କ ଉପରେ ହିଂସା ଭଳି ଘଟଣା ବଢ଼ିବାରେ ଲାଗିଛି, ଯାହାକି ଏକ ସୁସ୍ଥ ସମାଜ ଏବଂ ଲୋକତନ୍ତ୍ର ଉଭୟ ପାଇଁ ଆଦୌ ଶୁଭଙ୍କର ନୁହେଁ। ତେଣୁ ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ବିଧି ପ୍ରକାରେ ଆଇନ ପ୍ରଣୟନ କରାଯିବାର ନିତାନ୍ତ ଆବଶ୍ୟକତା ରହିଛି । ପୋଲିସ ଅଭିଯୋଗକାରୀ ମହିଳା ସାମ୍ବାଦିକଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ପରିବର୍ତ୍ତେ ଭିନ୍ନ ଢଙ୍ଗରେ ତଦନ୍ତ ଏବଂ ଗିରଫଦାରୀ କରୁଥିବା ବେଳେ ମୂଖ୍ୟ ଅଭିଯୁକ୍ତଙ୍କ ଖସାଇବାକୁ ଉଦ୍ୟମ କରୁଥିବା ଅନୁମାନ କରାଯାଉଛି। ଏହାକୁ ହିଞ୍ଜିଳିକାଟୁ ଅଞ୍ଚଳର ସାମ୍ବାଦିକ ମାନଙ୍କ ତରଫରୁ ତୀବ୍ର ନିନ୍ଦା ଓ ଭର୍ତ୍ସନା କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମ୍ବାଦିକ ବସନ୍ତ କୁମାର ପଟ୍ଟନାୟକ, ଆକାଶ ପଟ୍ଟନାୟକ, , କୈଳାଶପତି ଦାଶ, ପ୍ରିୟବ୍ରତ ପଣ୍ଡା,ଦ୍ବିତୀକୃଷ୍ଣ ସାବତ,ଲଳିତ ମୋହନ ପୋଲାଇ ଅଶୋକ ମହାନ୍ତି, ପ୍ରଭୁଦତ୍ତ ପାତ୍ର,ନିଳାଞ୍ଚଳ ସାହୁ,ପବିତ୍ର ପାତ୍ର, ହିମାଂଶୁ ବେହେରା, ସରୋଜକାନ୍ତ ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here