ମହିଳା ସାମ୍ବାଦିକ ଆକ୍ରମଣ ଘଟଣା ର ୨ ଅଭିଯୁକ୍ତ ଗିରଫ

0
160

ଭୂବନେଶ୍ୱର,୨୯/୧୨(ବ୍ୟୁରୋ ରିପୋର୍ଟ) ରାଜଧାନୀ ଭୁବନେଶ୍ୱରରେ ଥିବା ଏସପ୍ଲାନେଡ ରେ ମହିଳା ସାମ୍ବାଦିକା ସ୍ବାତୀ ଜେନାଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ । ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ ନାମକ ଏହି ୨ ଅଭିଯୁକ୍ତ ମଲର ସିକ୍ୟୁରିଟି ଗାର୍ଡ ଥିବା ଜଣାପଡିଛି । ତେବେ ଗତକାଲି ମଲରେ ବେଆଇନ୍ ପାର୍କିଂ ଆଦାୟ କରୁଥିବାର ସୂଚନା ପାଇଁ ସାମ୍ବାଦିକା ଓ ତାଙ୍କର କ୍ୟାମେରା ପର୍ସନ ଯାଇଥିବା ବେଳେ ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ ।
ଏନେଇ ଆଜି ଏସପ୍ଲାନେଡ ଗେଟ୍ ବନ୍ଦ କରି ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏହା ସହ ସହିଦ୍ ନଗର ଥାନାରେ ଏକ ଅଭିଯୋଗ ମଧ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here