ଅନ୍ତଗୃହ ବୃକ୍ଷ ରୋପଣ ନିମନ୍ତେ ସଚେତନତା ଓ ସାଇକେଲ ପରିକ୍ରମା

0
259

 

ବ୍ରହ୍ମପୁର ,୦୧/୦୧/୨୦ ଆଜି ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଅଭିନବ ଢଙ୍ଗରେ ନୂଆ ବର୍ଷ କୁ ପାଳିତ କରାଯାଇଛି । ପୂର୍ବରୁ ସବୁଜ ବାହିନୀ ତରଫରୁ ବିଭିନ୍ନ ସ୍ଥାନରେ ବାହ୍ୟ ବୃକ୍ଷ ରୋପଣ କରୁଥିବା ବେଳେ ବର୍ତ୍ତମାନ ଅନ୍ତଗୃହ ବୃକ୍ଷ ରୋପଣ ଓ ତାହାର ଆବଶ୍ୟକତା କୁ ଦୃଷ୍ଟି ଆଗରେ ରଖି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ବାହାରି ପ୍ରାୟ ୧୫ କିମି ସହର ମଧ୍ୟରେ ପରିକ୍ରମା କରି ଗିରିଜା ଛକ ଠାରେ ସମାପ୍ତ ହୋଇଥିଲା ।ଏଥିରେ ପ୍ରାୟ ୧୬ ଜଣ ସ୍ବେଚ୍ଛାସେବୀ ସାଇକେଲ ପରିକ୍ରମା ରେ ଭାଗନେଇଥିଲେ । ସହରର ବାସିନ୍ଦା ଙ୍କ ମନରେ ବିଭିନ୍ନ ବୃକ୍ଷ ରୋପଣ କରିବାରେ ଇଚ୍ଛା ଥିଲେ ମଧ୍ୟ ସ୍ଥାନ ଅଭାବରରୁ ସମ୍ଭବ ହେଉନାହିଁ ତେଣୁ ସେମାନେ ସେମାନଙ୍କ ଘର ମଧ୍ୟରେ ଘିଁ କୁଆଁରି,ତୁଳସୀ, ମନି ପ୍ଲାଣ୍ଟ ଇତ୍ୟାଦି ବୃକ୍ଷ କୁ ଘରେ ରୋପଣ କରି ନିଜର ସଦସ୍ୟ କରିପାରିବେ ।ଆଜିର କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଇକୋକ୍ଲବ ଜିଲ୍ଲା ସଂଯୋଜକ ଡା. ଶଙ୍କର ନାରାୟଣ ବେଜ ସ୍ବାଗତଃ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ବି.ନାଗେଶ୍ବର ରାଓ ସୁବୁଦ୍ଧି, , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡା.ସୁନିଲ କୋଟା ଯୋଗ ଦେଇ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଲୋକମାନଙ୍କ ଅବଗତ ନିମନ୍ତେ ଅତିଥି ଓ ସମସ୍ତ ସଦସ୍ୟ ମାନେ ବିଭିନ୍ନ ପ୍ରକାରର ଅନ୍ତଗୃହ ଉପଯୋଗୀ ବୃକ୍ଷ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ.ଦିଲ୍ଲୀପ କୁମାର,ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝୀ,ମାରଓ୍ବାଡି ମହିଳା ସଂପାଦିକା ରୂବି ଖେମାଣି,ମହାତ୍ମା ହ୍ୟାଲ୍ପିଂ ହ୍ୟାଣ୍ଡ ର ଏମ. ଭେଙ୍କଟ ରାମାଣା ,ବନମାଳୀ ପ୍ରଧାନ, ଅରବିନ୍ଦ ଦେଶି ବେହେରା,ଗୋପାଳ କୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here