ପୁରାଣ ପ୍ରସିଦ୍ଧ ମହେନ୍ଦ୍ର-ଗିରି ପାହାଡ’ରୁ ଗଜପତି ଉତ୍ସଵ’ର “ମଶାଲ ଜ୍ୟୋତି” ଆସିଲା ।

0
248

 

ପାରଳାଖେମୁଣ୍ଡି, ୩୦/୧୨(ପ୍ରଭାତ ପାତ୍ର) ଆସନ୍ତା ଜାନୁଆରୀ ମାସ ୧୦ ତାରିଖ’ରୁ ୧୪ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସଵ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ଗଜପତି ଜିଲ୍ଲା ରାୟଗଡ ବ୍ଲକ’ର କଇଁପୁର ଅଞ୍ଚଳରେ ଥିବା ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବ-ପୀଠ ପବିତ୍ର ମହେନ୍ଦ୍ରଗିରି ଶିଖର’ରେ ଥିବା ଗୋକର୍ଣ୍ଣେଶ୍ବର(କୁନ୍ତୀ) ମନ୍ଦିର ରୁ ପାରମ୍ପରିକ ରୀତି ପ୍ରକାରେ ଉତ୍ସବ’ର ମଶାଲ-ଜ୍ୟୋତି ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଛି ।
ଏହି ଅବସର’ରେ ଗତ କାଲି ଠାରୁ ୫ ଜଣିଆ ଏକ ମଶାଲ ଆଣିବା ଦଳ ବରିଷ୍ଠ ସାମ୍ବାଦିକ ଗଣେଶ କୁମାର ରାଜୁ’ଙ୍କ ନେତୃତ୍ୱ’ରେ ସାମ୍ବାଦିକ ବାସୁଦେବ ଦାସ ଏବଂ ସାମ୍ବାଦିକ ପ୍ରଭାତ କୁମାର ପାତ୍ର’ଙ୍କ ସମେତ କରଡ଼ାସିଂ ହାଇସ୍କୁଲ ପିଇଟି ଧୀରେନ୍ଦ୍ର ମୁମାର ସାମଲ ଓ ଗାରବନ୍ଧ ହାଇସ୍କୁଲ ପିଇଟି ଅଭିନ୍ନ ବାସୁଦେବ ମିଶ୍ର ପ୍ରମୁଖ ଅପରାହ୍ନ ୪ ଟା’ରେ ପାରଳାଖେମୁଣ୍ଡି’ରୁ ବାହାରି ରାତି ପ୍ରାୟ ୮ ଟା’ରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖର,’ରେ ପହଞ୍ଚି ଥିଲେ । ସେଠାରେ ରାତ୍ରିଯାପନ ପରେ ପାହାନ୍ତିଆ ତଥା ସକାଳ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ସୂର୍ଯ୍ୟୋଦୟ ପରେ ଗୋକର୍ଣ୍ଣେଶ୍ବର ମନ୍ଦିର’ରେ ମଶାଲ ଆଣିବା ଦଳ’ର ଗହଣା’ରେ ସେଠାକାର ସାଧକ ବାବା ମୃତ୍ୟୁଞ୍ଜୟ ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ମଶାଲ-ଜ୍ୟୋତି ବାହାରିଥିଲା ।
ମଶାଲ-ଜ୍ୟୋତି’କୁ ଧରି ମଶାଲ ଦଳ ଆସିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନ’ରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା ।
ମଶାଲ-ଜ୍ୟୋତି ଆସିବା ବେଳେ ଜିଲ୍ଲା’ର କଇଁପୁର , ଜିରାଙ୍ଗ , ଏସ-କରଡ଼ାସିଂ , ଲାଞ୍ଜିପଦର , ରାଜପୁର , ଜେଆଇଟିଏମ କଲେଜ ପ୍ରଭୃତି ଠାରେ ଜଣ ସାଧାରଣ ଓ ଛାତ୍ରାଛାତ୍ରି ମାନଙ୍କ ପକ୍ଷରୁ ବିପୁଳ ଭାବ’ରେ ସ୍ୱାଗତ-ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ମଶାଲ-ଜ୍ୟୋତି ପାରଳାଖେମୁଣ୍ଡି ପହଞ୍ଚିଲା ବେଳେ ସେଠାରେ ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ଭଞ୍ଜଦେଓ , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ପୌର-ପରିଷଦ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ , ଣିଲ୍ଲ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲା ସ୍ତରୀୟ ଅଧିକାଶରୀ , କର୍ମଚାରୀ ଓ ପାରଳାଖେମୁଣ୍ଡି ଜଣ ସାଧାରଣଙ୍କ ପକ୍ଷରୁ ମଶାଲ-ଜ୍ୟୋତି’କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ତା’ପରେ ଏକ ବର୍ଣ୍ଣାଢ୍ୟ ପୂର୍ଣ୍ଣ ଶୋଭାଯାତ୍ର ବାହାରି ସହର ପରିକ୍ରମା କରିବା ପରେ ମଶାଲ-ଜ୍ୟୋତି ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚି ଥିଲା । ମନ୍ଦିର’ରେ ପୂଜକ ମାନେ ପୂଜାର୍ଚ୍ଚନା କରି ମଶାଲ-ଜ୍ୟୋତି’କୁ ମନ୍ଦିର’ରେ ରଖିଥିଲେ ।

LEAVE A REPLY

Please enter your comment!
Please enter your name here