ଶଶୀଭୂଷଣ ରଥ ଙ୍କ ଜୟନ୍ତୀ ପାଳନ

0
332

ବ୍ରହ୍ମପୁର,୦୨/୦୧/୨୦୨୦-(ବ୍ୟୁରୋ ରିପୋର୍ଟ) ଆଜି ହିଲପାଟଣା ସ୍ଥିତ ଏସ ଏମ ଆଇ ଟି ଗଣଯୋଗାଯୋଗ ବିଭାଗରେ ମହାପୁରୁଷ ଶଶୀଭୂଷଣ ରଥଙ୍କ ଜୟନ୍ତି ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ କୁ ଶର୍ମିଷ୍ଠା ମହାରଣା ପରିଚାଳନା କରିଥିଲେ। ଏସ ଏମ ଆଇ ଟି ଗଣଯୋଗାଯୋଗ ବିଭାଗ ର ଅଧ୍ଯକ୍ଷା ଶ୍ରୀମତୀ ଭାରତୀଵାଲା ପଟ୍ଟନାୟକ ମହାପୁରୁଷ ଶଶିଭୂଷଣ ରଥଙ୍କ ନୀତି ଆଉ ଅଦର୍ଶ କୁ ନେଇକି ଛାତ୍ର ଓ ଛାତ୍ରୀଙ୍କୁ ଆଲୋକପାତ କରିଥିଲେ. ସଭାପତି ଭଗବାନ ଗନ୍ତାୟତ ସମସ୍ତଙ୍କୁ ନବ ବର୍ଷ ର ଶୁଭକାମନା ଜଣେଇଥିଲେ. ଓଡ଼ିଆ ଖବର କାଗଜ ଦୈନିକ ଆଶା ସମ୍ପର୍କରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଅତିଥିମାନଙ୍କୁ ଅଵଗତ କରାଇଥିଲେ. ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା କହିଥିଲେ ଦୈନିକ ଆଶା ପୁଣିଥରେ କିଭଳି ଖବରକାଗଜ ପ୍ରକାଶ ପାଇବ ସେନେଇ ଚେଷ୍ଟା ଜାରି ରହୁଛି ଆଉ ଆଗାମୀ ଦିନ ଏହା ପ୍ରତିଷ୍ଠା ହୋଉ ନିଶ୍ଚୟ ଖବରକୁ ଲୋକମାନକୁ ନିକଟରେ ପହଞ୍ଚିପାରିବ ବୋଲି କାହିଁଛନ୍ତି। ଶଶୀଭୂଷଣ ରଥ ଜୟନ୍ତୀ ଅବସର ରେ ଏସ ଏମ ଆଇ ଟି ର ଅଧ୍ଯକ୍ଷା ଶ୍ରୀମତୀ ଭାରତୀ ଵାଲା ପଟ୍ଟନାୟକ, ଅଧ୍ୟାପକ ହରିଶ ଚନ୍ଦ୍ର ବେହେରା, ଅଧ୍ୟାପକ ସନତ ପଣ୍ଡା, ଏସେମଆଇଟି ସଭାପତି ଭଗବାନ ଗନ୍ତାୟତ, ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପ୍ରଥମ ବର୍ଷ ଛାତ୍ରୀ ଶର୍ମିଷ୍ଠା ମହାରଣା, ଯୋଶନା କୁମାରୀ ସାହୁ ଶିବ ମହାରଣା ସହ ଦ୍ବୀତିୟ ବର୍ଷ ଛାତ୍ରି ସୁନୀତା ଗୌଡ଼, ମନସ୍ବିନୀ ମିଶ୍ର, ଛାତ୍ର ଶାନ୍ତନୁ ରଣା, କାଳି ଦାସ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here