ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ। ଔପନ୍ୟାସିକ ପଦ୍ମଶ୍ରୀ ଡ. ପ୍ରତିଭା ରାୟ ସମ୍ବର୍ଦ୍ଧିତ।

0
318

ବ୍ରହ୍ମପୁର,୦୨/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ ଭଂଜବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜି ର ଏହି ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲେ ଦୁଇ ତୁଙ୍ଗ ବ୍ୟକ୍ତିତ୍ୱ। ଜଣେ ଓଡ଼ିଆ ଭାଷା ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ, ଅନ୍ୟ ଜଣେ ହେଉଛନ୍ତି ଜାତିସଂଘର କାର୍ଯ୍ୟରତ ଗଂଜାମ ମାଟିର ଗର୍ବ ଓ ଗୌରବ ସତ୍ୟସୁନ୍ଦର ତ୍ରିପାଠୀ। ସେ ସଂପ୍ରତି ଜାତିସଂଘର ଉପସଚିବ ଏବଂ ପରିବେଶ ପର୍ଯ୍ୟାବରଣ ପାଇଁ ଜାତିସଂଘରେ ନ୍ୟୁୟର୍କ ଦପ୍ତରରେ କାର୍ଯ୍ୟରତ। ଏଇ ଦୁଇଜଣଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଂଜ ଜାତୀୟ ସମ୍ମାନ ଓ ସତ୍ୟସୁନ୍ଦର ତ୍ରିପାଠୀଙ୍କୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ଭଂଜବିହାର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ମାନ ଗ୍ରହଣ ଅବସରରେ ପ୍ରତିଭା ରାୟ ଶବ୍ଦ ପ୍ରତି ସମ୍ମାନ ରହି ସଠିକ୍ ସମୟରେ ଠିକଣା ଶବ୍ଦ ବ୍ୟବହାର କରିବାକୁ ଛାତ୍ର ସମାଜକୁ ପରାମର୍ଶ ଦେଇଥିଲେ। କବି ମନସ୍ମ ଯୁବ ଅବସ୍ଥାରେ ପ୍ରତ୍ୟେକ ନିଜର ଶବ୍ଦ ଚାତୁରୀରେ ଗୋଟିଏ କବିତା ନିଶ୍ଚୟ ଲେଖି ନିଜକୁ କବି ଭାବରେ ଉନ୍ମୋଚନ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ।
ଅନ୍ୟତମ ସମ୍ବର୍ଦ୍ଧିତ ପ୍ରତିଭା ସତ୍ୟସୁନ୍ଦର ତ୍ରିପାଠୀ ଛାତ୍ର ସମାଜ କୌଣସି ରାଜନୈତିକ ଦଳର ପ୍ରତିନିଧି ନ ହୋଇ ବରଂ ଗୋଟିଏ ଅନୁଷ୍ଠାନର ପ୍ରତିନିଧି ହୋଇ ତାହାର ବିକାଶ ସହ ଏକ ସୁନ୍ଦର ସ୍ୱପ୍ନିକ ଭବିଷ୍ୟତ ଗଠନ ପାଇଁ ଶତ ଚେଷ୍ଟିତ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସକରାତ୍ମକ ବିଚାରରେ ଜୀବନ ଗଢ଼ିତୋଳିଲେ ଭବିଷ୍ୟତ ଉଜ୍ୱଳ ହେବ। ପରିବେଶ ଓ ପର୍ଯ୍ୟାବରଣ ସୁରକ୍ଷା ପ୍ରତି ଛାତ୍ର ସମାଜ ଯତ୍ନଶୀଳ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ ।ଅଙ୍ଗବସ୍ତ୍ର ପ୍ରଦାନ ଅବସର ପର୍ବରେ ପ୍ରଥମେ ପ୍ରଶାନ୍ତ ମହାନ୍ତିଙ୍କୁ ଦିଆଯାଇଥିଲା।
ଦ୍ୱିତୀୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା ହୃଷିକେଶ ପାଣିଗ୍ରାହୀଙ୍କୁ । ଶ୍ରୀଯୁକ୍ତ ପାଣିଗ୍ରାହୀ ସମାନ ଢ଼ଂଗରେ ମଂଚରେ କିଛି ଉକ୍ତି ଶୁଣାଇ ଭାବପ୍ରବଣ ହୋଇଗଲେ।
ସବୁଠାରୁ ଆକର୍ଷଣୀୟ ବକ୍ତବ୍ୟ ଥିଲା ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ଗ୍ରହଣ କରିଥିବା ଶ୍ରୀଯୁକ୍ତ ନରସିଂହ ତ୍ରିପାଠୀଙ୍କ ଅଭିଭାଷଣ । ପୌରାଣିକ ଐତିହାସିକ କଥା ସହ ସରଳ ମଣିଷ ଜୀବନ ସୃଜନଧାରାରେ ହଜି ଯାଇଥିବା ସଂସ୍କୃତୀ କଳା ଓ ସାହିତ୍ୟର ସ୍ୱରଟିଏ ଫୁଟି ଉଠୁଥିଲା ତାଙ୍କର ବକ୍ତବ୍ୟରୁ । ଶେଷରେ ଆଉ ଜଣେ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନରେ ଲକ୍ଷଣ ଶବର ସମ୍ମାନିତ ହୋଇ ତାଙ୍କ ରଂଗ ଓ ତୂଳୀର ସଂଯୋଜନାରେ କଳାରେ ଜୀବନ କେମିତି ଫୁଟି ଉଠେ ସେ କହିଥିଲେ । ଆଜିର ଏହି ଉତ୍ସବରେ ବ୍ରହ୍ମପୁର ସହରର ବହୁ ଭାଷା ସାହିତ୍ୟ ସଂସ୍କୃତ ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here