Home ବ୍ରହ୍ମପୁର ସ୍ପେଶାଳ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍ ସାର୍

ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍ ସାର୍

0
511

ଜଳେଶ୍ୱର,୦୩/୦୧/୨୦୨୦(ବ୍ୟୁରୋ ରିପୋର୍ଟ):ବାଲେଶ୍ୱର ଜିଲ୍ଲା ରେ ଘଟିଛି ଅଘଟଣ।ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍ ସାର୍। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଘଟିଛି ଭୋଗରାଇ ବ୍ଲକ୍‌ ଦେହୁଡ଼ଦା ଗାଁରେ । ଅଭିଯୁକ୍ତ ଶିକ୍ଷକଙ୍କ ନାଁ ବିଶ୍ୱଜିତ୍‌ ନାଥ ଓରଫ୍ ପିଲୁ। ତାଙ୍କ ଘର ଦେହୁଡ଼ଦା ଗାଁରେ।
ବିଶ୍ୱଜିତ୍‌ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଏଥିସହ ସେ ବିଭିନ୍ନ ସ୍ଥାନରେ ପିଲାଙ୍କୁ ଟିଉସନ୍‌ ମଧ୍ୟ କରନ୍ତି। ସେ ଗତକାଲି ରାତି ପ୍ରାୟ ୯ଟା ବେଳେ ଗାଁର ଜଣେ ଯୁକ୍ତ ଦୁଇ  ପ୍ରଥମ ବର୍ଷ ଛାତ୍ରୀଙ୍କୁ ଟିଉସନ୍‌ କରୁଥିଲେ। ଏହି ସମୟ ସେ ଏକ ଧାରୁଆ ଅସ୍ତ୍ରରେ ଛାତ୍ରୀଙ୍କ ବେକ ଓ ଡାହାଣ ହାତ ପାପୁଲି କାଟି ଦେଇଥିଲେ। ଏହାପରେ ସେ ସେଠାରୁ ତାଙ୍କ ବାଇକ୍‌ ଛାଡ଼ି ଫେରାର୍ ହୋଇ ଯାଇଥିଲେ।
ପରିବାର ଲୋକେ ତାଙ୍କୁ ପ୍ରଥମେ  ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ  ସ୍ଥାନାନ୍ତରିତ କରାଯାଇଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ବିଶ୍ୱଜିତଙ୍କ  ବାଇକ୍‌କୁ ଜବତ କରିଛି। ଏଥିସହ ତାଙ୍କୁ  ଖୋଜୁଛି।
ଅନ୍ୟପକ୍ଷରେ ଟ୍ୟୁସନ୍‌ ପଢ଼ାଉଥିବା ବେଳେ ଶିକ୍ଷକ କେଉଁଁଠୁ ଧାରୁଆ ଅସ୍ତ୍ର ପାଇଲେ ଓ କାହିଁକି ଏପରି ଭାବେ ଆକ୍ରମଣ କଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରି ନାହିଁ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!