ଆଜି ଠୁ ଓଡ଼ିଶା ରେ ହେବ ନାଗରିକତା ସଂଶୋଧନ ଆଇନ ଉପରେ ଜନଜାଗରଣ

0
304

 

ଭୁବନେଶ୍ୱର, ୦୫/୦୧ (ବ୍ୟୁରୋ ରିପୋର୍ଟ): ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି। ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି। ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି। ନାଗରିକତା ସଂଶୋଧନ ଆଇନ ସଂପର୍କରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ। ଶ୍ରୀ କୁଲସ୍ତେ ଙ୍କ ଆଜି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାଠାରେ ସର୍ବଭାରତୀୟ ସ୍ତରରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ। ଏଥି ସହ ମହାକାଳପଡା ଠାରେ ବସବାସ କରୁଥିବା ଶରଣାର୍ଥୀ ମାନଙ୍କୁ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଅବଗତ କରାଇବେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଓଡିଶାରେ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ କରାଯିବ। ରାଜ୍ୟରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ୫ ଟି ବଡ ଧରଣର ସଭା ଓ ଶୋଭାଯାତ୍ରା କରାଯିବ। ଆସନ୍ତା ୬ ତାରିଖ ସୋମବାର ଦିନ କଟକରେ ପାଖାପାଖି ୨୦ହଜାର ଲୋକ ଏକାଠି ହୋଇ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଏକ ବିରାଟ ଶୋଭାଯାତ୍ରା କରିବେ। ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗଦେବେ। ଆଗାମୀ ଦିନରେ ଭୁବନେଶ୍ୱରଠାରେ ବୃଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହେବ। ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ କରିବେ। ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନକୁ ନେଇ ସଚେତନତା ରାଲି କରାଯିବ। ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ପାଖାପାଖି ୧ କୋଟି ପରିବାରକୁ ଯାଇ ଏହି ଆଇନ ସଂପର୍କରେ ବୁଝାଇବେ। ଏଥି ସହ ବିଜେପି କାର୍ଯ୍ୟକର୍ତାମାନେ ସମସ୍ତ ପଂଚାୟତ ଏବଂ ୱାର୍ଡକୁ ଯାଇ ଜନସାଧାରଣଙ୍କୁ ଏହି ଆଇନ ବିଷୟରେ ପ୍ରତ୍ୟେକ୍ଷ ଭାବେ ଅବଗତ କରାଇବେ। ଏହି କାର୍ଯ୍ୟକ୍ରମ ଆଗାମୀ ୧୫ତାରିଖ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଚାଲୁ ରହିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ବିଜେପି ସାଂସଦ, ବିଧାୟକ ଓ ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧରେ ସ୍ଥାନୀୟ ଜନସାଧାରଣଙ୍କୁ ଅବଗତ କରାଇବେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଏକ ଯୁଗାନ୍ତକାରୀ ଆଇନକୁ ସାଧାରଣ ଜନତା ଏହି ନମ୍ବରରେ (୮୮୬୬୨-୮୮୬୬୨) ମିସଡ କଲ ଦେଇ ଆଇନକୁ ସମର୍ଥନ କରିପାରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

LEAVE A REPLY

Please enter your comment!
Please enter your name here