“ଉତ୍ସର୍ଗ” କାର୍ଯ୍ୟକ୍ରମ ଜରିଆ ରେ ରକ୍ତ ଦାନ କରିଥିବା ପୋଲିସ ଙ୍କୁ ଉତ୍ସାହିତ କରିଲେ ବ୍ରହ୍ମପୁର ଆରକ୍ଷୀ ଅଧିକକ୍ଷ ପିନାକ ମିଶ୍ର

0
292

ବ୍ରହ୍ମପୁର, ୦୬/୦୧/୨୦୨୦ (ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚାଲିଥିବା ଉତ୍ସର୍ଗ କାର୍ଯ୍ୟକ୍ରମ ରେ ବହୁ ପୋଲିସ କନଷ୍ଟେବଳ ନିରୀହ ଏବଂ ଗରିବ ଲୋକଙ୍କୁ ସ୍ବ ଇଚ୍ଛାରେ ରକ୍ତ ଦାନ କରି ଏକ ମହତ୍ ଉଦେଶ୍ୟ କୁ ସଫଳ କରିଛନ୍ତି । ଏହି ଅବସରରେ ୨୦୧୯ ରେ ବହୁ କନଷ୍ଟେବଳ ରକ୍ତ ଦାନ କରିଥିବା ବେଳେ ସମସ୍ତ ରକ୍ତ ଦାନ କରିଥିବା କନଷ୍ଟେବଳ ଙ୍କୁ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିୀକକ୍ଷ ପିନାକ ମିଶ୍ର ଉତ୍ସାହିତ କରି ସେମାନଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଆଜି ୭ ଜଣ ହାବିଲଦାର , କନଷ୍ଟେବଳ ଏବଂ ଏ ଏସ ଆଇ ଙ୍କୁ ଉତ୍ସର୍ଗ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଗରିବ ଏବଂ ନିରୀହ ଲୋକଙ୍କୁ ବିନା ସ୍ୱାର୍ଥ ରେ ରକ୍ତ ଦାନ କରିଥିବା ଯୋଗୁଁ ମାନପତ୍ର ପ୍ରଦାନ କରିବା ସହ ଉତ୍ସାହିତ କରିଛନ୍ତି ।ଏଠାରେ ଉଲ୍ଲେଖନୀୟ ଯେ ଗତ ବର୍ଷ ନଭେମ୍ବର ୧୪ ତାରିଖ ଏମକେସିଜ ମେଡିକାଲ ଅଡିଟରିୟମ ଠାରେ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ଯବ୍ରତ ଭୋଇ ଙ୍କ ଦ୍ବାରା ଉତ୍ସର୍ଗ ୨୪×୭ ରକ୍ତ ଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here