ଧାନମଣ୍ଡି ଉଦଘାଟନ କଲେ ଉପ ଜିଲ୍ଲାପାଳ ,ଅଙ୍ଗନବାଡି ଶିଶୁଙ୍କୁ ମିଠା ଖୁଆଇ ଉତ୍ସାହିତ କଲେ ।

0
179

 

ହିଞିଳିକାଟୁ,୦୬/୦୧/୨୦୨୦(ପ୍ରିୟବ୍ରତ ପଣ୍ଡା)- ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ପୋଚିଲିମା କଲ୍ୟାଣ ମଣ୍ଡପ ମଧ୍ୟରେ ଦେବୀ ଏସଏଚଜି ପୋଚିଲିମା ପକ୍ଷରୁ ସୋମବାର ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ ,ଥାନାଧିକାରୀ ଅଭିମନ୍ୟୁ ଦାସ,ଅତିରିକ୍ତ ତହସିଲଦାର ସୁନୀଲ ପ୍ରଧାନ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ ଯୋଗାଣ ନିରୀକ୍ଷକ ପୁରଞ୍ଜନ ସାହୁ, ସରପଞ୍ଚ ବି ରବୀନ୍ଦ୍ର ଉପସ୍ଥିତ ଥିଲେ । ସରକାରଙ୍କ ଦ୍ବାରା ୨୦୨୦-୨୧ ଖରିଫ ବର୍ଷ ନିମନ୍ତେ ଧାନର ଧାର୍ଯ୍ୟ ମୂଲ୍ୟ ସାଧାରଣ ମୋଟା ଧାନ କ୍ୱିଣ୍ଟାଲ ପ୍ରତି ଦର ଟ୧୮୧୫.୦୦ଙ୍କା ,୭୫ କେ ଜି ବସ୍ତା ପ୍ରତି ଟ୧୩୬୧.୨୫ଙ୍କା ଓ ଗ୍ରେଡ ‘ଏ ‘ ଧାନ ଦର କ୍ୱିଣ୍ଟାଲ ପ୍ରତି ୧୮୩୦ ଟଙ୍କା,୭୫କେ ଜି ପ୍ରତି ଟ୧୩୭୬.୨୫ଙ୍କା ରେ ଅନଲାଇନରେ ଟୋକାନ ପାଇଥିବା ୪ଜଣ ଚାଷୀ ପ୍ରାୟ ଏକ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଧାନ କ୍ରୟ ହୋଇଥିଲା ।ପରେ ୭୨ ଜଣ ଅଙ୍ଗନବାଡିର ଶିଶୁମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୋଷାକ ବିତରଣ କରଯାଇଥିଲା ।ଶିଶୁ ମାନଙ୍କୁ ଅତିଥି ମାନେ ଚକଲେଟ ଓ ମିଷ୍ଟାନ୍ନ ଦେଇ ଉତ୍ସାହିତ କରିଥିଲେ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ କେଦାର ପଣ୍ଡା, ମିଲର ଇ ଚେନେୟା ହବାହିନୀ ଟେଇଲରିଂ ୟୁନିଟର ସଦସ୍ୟା, ବ୍ଳକ ପ୍ରକଳ୍ପ ସଯୋଜିକା ନଳିନୀ ସିଂ,ସୁପରଭାଇଜର ବନଜା ବେହେରା,ସମିତି ସମ୍ପାଦକ ଏନ ଜଗନ୍ନାଥଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବହୁ ସଦସ୍ୟା ,ବହୁ ଚାଷୀ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here