ଲାଞ୍ଚ ନେଇ ଧରାପଡିଲେ ଏମକେସିଜ ମେଡିକାଲ ହସପିଟାଲ ର କନିଷ୍ଠ କିରାଣୀ

0
156

ବ୍ରହ୍ମପୁର, ୦୬/୦୧/୨୦୨୦(ବ୍ୟୁରୋ ରିପୋର୍ଟ)- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ବଡ ମେଡିକାଲ ର କନିଷ୍ଠ କିରାଣୀ।ଏମକେସିଜ ମେଡିକାଲ ହସପିଟାଲ ର କନିଷ୍ଠ କିରାଣୀ ଶ୍ରୀକାନ୍ତ ଦାସ ଆଜି ୫୦୦୦ ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ସୁଚନାଯୋଗ୍ୟଯେ,ଶ୍ରୀକାନ୍ତ ଦାସ ଅଭିଯୋଗକାରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପତ୍ନୀ ଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପ୍ରାଣ ହରାଇଥିଲେ, ଏବଂ ଏହାର ଆବଶ୍ଯକୀୟ କାଗଜ ପତ୍ର ,ତଥା ଜୀବନବୀମା ଦାବି ନିମନ୍ତେ ଆବଶ୍ୟକ କାଗଜପତ୍ର ,ମେଡିକାଲ ସାର୍ଟିଫିକେଟ ବାବଦ ରେ ୫ହଜାର ଟଙ୍କା ଦାବୀ କରିଥିଲେ। ଆଜି ସେ ବଡ ମେଡିକାଲ ସର୍ଜରୀ ଓ୍ବାର୍ଡ ପରିସର ରେ ସେହି ଲାଞ୍ଚ ଟଙ୍କା ଗ୍ରହଣ କରି ପେଣ୍ଟ ପକେଟରେ ରଖିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରା ପଡି ଗିରଫ ହେବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରେ ଏକ ମାମଲା ୦୧/୨୦୨୦ ରୁଜୁ କରାଯିବା ସହ ତାଙ୍କର ମେଡିକାଲ କ୍ୟାମ୍ପସ ଠାରେ ଥିବା ଘରେ ମଧ୍ଯ ଚଢାଉ ଚାଲୁଥିବା ଭିଜିଲାନ୍ସ ବିଭାଗ ଦ୍ବାରା ସୁଚନା ମିଳିଛି।

LEAVE A REPLY

Please enter your comment!
Please enter your name here