ବୁଦ୍ଧଖୋଲ ମହୋତ୍ସବ ଉଦଘାଟିତ ଏବଂ ବହୁ ପ୍ରକଳ୍ପ ର ଶିଳାନ୍ୟାସ

0
220

ଗଞ୍ଜାମ, ୧୦. ୦୧.୨୦୨୦(ଟୁକୁନା ପ୍ରଧାନ) – :ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ବିଭିନ୍ନ ପ୍ରକଳ୍ପ ର ଶିଳା ନ୍ୟାସ କରି ବୁଦ୍ଧଖୋଲ ମହୋତ୍ସବ ର ପ୍ରଥମ ଦିନରେ ମାନ୍ୟବର ବିଜ୍ଞାନ ଓ କାରିଗରୀ ପ୍ରଯୁକ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।ନିମନ୍ତ୍ରିତ ଅତିଥି ଭାବେ ଆସ୍କା ବିଧାୟିକା ମଞ୍ଜୁଳା ସ୍ଵାଇଁ ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ଯ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତଥା ବୁଦ୍ଧଖୋଲ ଉନ୍ନୟନ କମିଟିର ସଭାପତି , ବହୁ ମାନ୍ଯଗଣ୍ଯ ଅତିଥି ଏବଂ ବ୍ୟକ୍ତିବିଶେଷ ପ୍ରମୂଖ ଯୋଗ ଦେଇ ଦେଇଛନ୍ତି । ଏଥିରେ ବହୁ ଦର୍ଶକ ଙ୍କ ସମାଗମ ହୋଇଥିଲା। ଶେଷରେ ସଂ।ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ବୁଦ୍ଧ ଖୋଲ ମହୋତ୍ସବ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here