୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

0
167

ପାରଳାଖେମୁଣ୍ଡି,୧୧/୦୧/୨୦୨୦(ପ୍ରଭାତ ପାତ୍ର)
ଗଜପତିଜିଲ୍ଲା ପ୍ରସାସନ ତରଫରୁ “୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ” ଆରମ୍ଭ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀ ଅନପମ ସାହା ପତାକାଦେଖାଇ ସଡକ ସୁରକ୍ଷା ରଥର ଉଦ୍ଘାଟନ କରିଥିଲେ। ଜିଲ୍ଲା ପାଳଙ୍କ ବାସଭବନଠାରୁ ଏହି ସତେତନତା ରଥ ସହ ବିଭିନ୍ନ ଅନୁଷ୍ଠାନ ତଥା ପରିବହନ ବିଭାଗିୟ କର୍ମଚାରୀ, ପୋଲିସ୍ କର୍ମଚାରୀ କେତେକ ବିଦ୍ୟାଳୟର ଛାର୍ତଛାତ୍ରୀ, ଓଡିଶା ମଟର କର୍ମଚାରୀ ସଂଘ ଗଜପତି,ଦ୍ବାରା ସଚେତନତା ଶ୍ଳୋଗାନ୍ ଓ ବେନର ଧରି ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମାକରି ସଚେତନତା ସୃଷ୍ଟି କରିଥିଲେ। ଆସନ୍ତା ୧୭ତାରିଖ ଯାଏ ଅନ୍ୟାନ୍ୟ ବ୍ଲକ ଓ ଗାଁ କୁ ପହଞ୍ଚି ସଚେତନତା କାର୍ଯ୍ୟକ୍ରମ କରାଯିବାର ଲକ୍ଷ ରଖିଛି ପ୍ରଶାସନ। ଦିନକୁ ଦିନ ବୃଦ୍ଧିପାଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବାଲାଗି ପ୍ରସାସନର ଏ ଏକ ଅଭିନବ ପ୍ରୟାସ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କସହ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଏମ୍ ଭି ଆଇ ବସନ୍ତ କୁମାର ମହାପାତ୍ର ,ପାରଳାଖେମୁଣ୍ଡି ଥାନାଅଧୀକାରୀ ବିବେକାନନ୍ଦ ସ୍ବାଇଁଙ୍କ ସହ ଅନ୍ୟାନ୍ୟ ପଦାଧୀକାରୀ ଉପସ୍ଥିତଥିଲେ।

LEAVE A REPLY

Please enter your comment!
Please enter your name here