ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ର ବାର୍ଷିକ ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ।

0
161

 

ବ୍ରହ୍ମପୁର–ତା.୨୨/୧/୨୦୨୦(ବ୍ୟୁରୋ ରିପୋର୍ଟ)ସ୍ଥାନୀୟ ଉତ୍କଳ ଆଶ୍ରମ ସଭାକକ୍ଷରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ
ଗଠନ ରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା
ତଥା ବର୍ତ୍ତମାନ ସମୟରେ ଆଭ୍ୟନ୍ତରୀଣ ଓଡିଶା ସମେତ ସୀମାନ୍ତ ପ୍ରଦେଶଗୁଡିକ ରେ ଓଡିଆ ଭାଷା ଏବଂ ସୀମା ସୁରକ୍ଷା ନିମନ୍ତେ ରାଜ୍ୟପ୍ରଶାସନ ସହ କାର୍ଯରତ ଥିବା ରାଜ୍ୟବାସୀଙ୍କ ଅତିପ୍ରିୟ ମହାନ ଅନୁଷ୍ଠାନ ଉତ୍କଳ ସମ୍ମିଳନୀ ର ଅନ୍ୟତମ ଦୃଢ଼ଶାଖା ଗଞ୍ଜାମ ଜିଲ୍ଲା ଶାଖା ର ବାର୍ଷିକ ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନ ପ୍ରାରମ୍ଭରେ ସଭାପତି ମନ୍ମଥ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନ ଅତିଥି ଭାବରେ ଇଂ କିଶୋର ଚନ୍ଦ୍ର ଜେନା ଓ ପ୍ରଫେସର ଡ.ରବିନାରାୟଣ ମିଶ୍ର , ଉପସଭାପତି ଡାକ୍ତର ବୃନ୍ଦାବନ ଚନ୍ଦ୍ର ପାଢୀ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଏବଂ ଯୁଗ୍ମ ସମ୍ପାଦକ ଡାକ୍ତର ନକୁଳ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।ପ୍ରାରମ୍ଭରେ “ବନ୍ଦେ ଉତ୍କଳ ଜନନୀ” ସାମୁହିକ ଗାନ କରାଯାଇ ଥିଲା। ସମ୍ପାଦକ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ପ୍ରଦାନ କରି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।
ଏହି ଅବସରରେ ସମ୍ମିଳନୀ ଶାଖା ର ଆଜୀବନ ସଭ୍ୟ ସଭ୍ୟା ପୁସ୍ତିକା ଲୋକାର୍ପଣ ହୋଇଥିଲା ଏବଂ ବରିଷ୍ଟ ସଦସ୍ୟ ସ୍ତମ୍ବକାର ପଶୁଚିକିତ୍ସାବିଶେଷଜ୍ଞ ଡାକ୍ତରବୃନ୍ଦାବନ ଚନ୍ଦ୍ର ପାଢ଼ୀ ଙ୍କୁ ସମ୍ମିଳନୀ ପ୍ରତି ଥିବା
ନିଷ୍ଠା ତଥା ସହଯୋଗ ନିମନ୍ତେ ତାଙ୍କୁ ଅନୁଷ୍ଠାନ ର
ବିଶିଷ୍ଟ ସମ୍ମାନ “ଡ଼.ବସନ୍ତ କୁମାର ପାଣିଗ୍ରାହୀ ଉତ୍କଳ ସମ୍ମିଳନୀ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା।
ମଧ୍ୟାହ୍ନ ବିରତି ପରେ ସର୍ବସମ୍ମିତି କ୍ରମେ ନିର୍ବାଚନ କରାଯିବା ପାଇଁ ସ୍ଥିର କରାଗଲା।ସମ୍ମିଳନୀର ବରିଷ୍ଟ ସଦସ୍ୟ
ଇଂ କିଶୋର ଚନ୍ଦ୍ର ଜେନା ଓ ପ୍ରଫେସର ଡ.ରବି
ନାରାୟଣ ମିଶ୍ର ନିର୍ବାଚନ ଅଧିକାରୀ ଭାବରେ
ନିର୍ବାଚନ ପରିଚାଳନା କରିଥିଲେ । ଏହି ନିର୍ବାଚନ ରେ ସଭାପତି ଭାବେ ଡ.ସୁବ୍ରତ କୁମାର ସାହୁ, ଉପସଭାପତି ଡାକ୍ତର ନକୁଳ ସାହୁ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଯୁଗ୍ମ ସମ୍ପାଦକ ଡାକ୍ତର ଚନ୍ଦ୍ରମଣି ସ୍ବାଇଁ, କୋଷାଧ୍ୟକ୍ଷ, ନରସିଂହ ପାଣିଗ୍ରାହୀ, ଜିଲ୍ଲା ପ୍ରତିନିଧି ରାସବିହାରୀ ଦାସ, ସମୀକ୍ଷକ ଭାବରେ ଡ.ବନମାଳୀ ପାଣିଗ୍ରାହୀ ପ୍ରମୁଖ ନିର୍ବାଚିତ ହୋଇଥିଲା ବେଳେ ମନ୍ମଥ ପାଢ଼ୀ ଉପଦେଷ୍ଟା ଭାବରେ ସର୍ବ ସର୍ବସମ୍ମିତି କ୍ରମେମନୋନୀତ ହୋଇଥିଲେ। ସହଯୋଗୀ ଭାବରେ ସୀମାଞ୍ଚଳ ପ୍ରସାଦ ବିଷୋୟୀ ଏବଂ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ ନିର୍ବାଚନ ପରିଚାଳନା କରିଥିବାବେଳେ ଅଶୋକ କୁମାର ସାହୁ ରାଜକିଶୋର ସ୍ବାଇଁ, ପ୍ରମୁଖ ଅଧିବେଶନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here