ରାଣୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ l

0
171

 

ଗଞ୍ଜାମ, ୨୨/୦୧/୨୦୨୦(ଟୁକୁନା ପ୍ରଧାନ) :- ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ଅନ୍ତର୍ଗତ ରାଣୀପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଂଚଳିକ ସାଧନା କେନ୍ଦ୍ର ସଂଯୋଜକ ଇନ୍ଦ୍ରମଣି ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆର୍ ସି ଏମ୍ ମ୍ୟାନେଜିଂ ୱିନର ଆଚିଭର୍ ସତ୍ୟ ନାରାୟଣ ଷଡଙ୍ଗୀ, ପୂର୍ବତନ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମିଶ୍ର, ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ରୀତାଞ୍ଜଳୀ ମହାପାତ୍ର, ଗ୍ରାମ୍ୟ କମିଟି ସଭାପତି ଗଦାଧର ମୁନି ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉଦବୋଧନ ଦେଇଥିଲେ l ଶିକ୍ଷୟିତ୍ରୀ ସୋନାଲି ସ୍ଵାଇଁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଗନ୍ନାଥ ତ୍ରିପାଠୀ ବେଦ ପାଠ କରିଥିଲେ l ପ୍ରିୟଙ୍କା ପଣ୍ଡା ସ୍ଵାଗତ ସଙ୍ଗୀତ ଗାଈ ଥିବା ବେଳେ ସବିତା ମହାରଣା, ଉପେନ୍ଦ୍ର ନାୟକ, ସୋନାଲି ସ୍ଵାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି ଉତ୍ସବ ରେ ପରିଚାଳନା କମିଟି ର ସମସ୍ତ ସଦସ୍ୟ, ସଦସ୍ୟା, ଗ୍ରାମବାସୀ ସହଯୋଗ କରିଥିଲେ l ପଦ୍ମାଳୟା ଚିତ୍ରାଳୟ ମଞ୍ଚସଜା କରିଥିଲେ

LEAVE A REPLY

Please enter your comment!
Please enter your name here