ମହିଳା ମହାବିଦ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ

0
337

ପାରଳାଖେମୁଣ୍ଡି, ୨୩/୦୧/୨୦୨୦(ପ୍ରଭାତ ପାତ୍ର)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଏନ୍. ଏସ୍. ଏସ ଦ୍ବାରା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଅଧ୍ୟକ୍ଷା ଡ.ରୀନା ସାହୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରି ନେତାଜୀଙ୍କ ଜୀବନୀ ଉପରେ ଛାତ୍ରୀ ମାନଙ୍କ ବୁଝାଇଥିଲେ। ଏନ୍. ଏସ୍. ଏସ୍ ପ୍ରୋଗ୍ରାମ ଅଫିସର ଡ. ଭାରତୀ ପାଣିଗ୍ରାହୀ ସ୍ୱାଧୀନତା ସଂଗ୍ରାମୀରେ ନେତାଜୀଙ୍କ ଅବଦାନ ତଥା ଆଜାଦ୍ ହିନ୍ଦୁ ଫୈାଜର ଭୁମିକା ବିଷୟରେ ଆଲୋକପାତ କରାଇଥିଲେ। ସ୍ୱେଛାସେବୀ ଛାତ୍ରୀ ମାନେ ମଧ୍ୟ ନିଜ ନିଜର ବ୍ୟକ୍ତବ୍ୟ ପ୍ରଦାନ କରି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ପାତ୍ର ଏବଂ ଏଲ. ଦୁଯେଧନ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here