ଗଜପତି କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ “ପାଣି ପଂଚାୟତ ପକ୍ଷ ପାଳିତ

0
271

ପାରଳାଖେମୁଣ୍ଡି , ୨୨/୦୧/୨୦୨୦(ପ୍ରଭାତ ପାତ୍ର)-ରାଜ୍ୟ ସରକାର’ଙ୍କ ଜଳ-ସମ୍ପଦ ବିଭାଗ ଅଧିନସ୍ତ ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଡିଆରଡିଏ:- ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା-ସ୍ତରୀୟ “ପାଣି-ପଞ୍ଚାୟତ ପକ୍ଷ” ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ’ରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ସଭାପତିତ୍ୱ କରି ଚାଷ ଜମିକୁ ଉଚିତ ସମୟରେ ଆବଶ୍ୟକ ପରିମାଣ’ର ଜଳ-ଯୋଗାଣ କ୍ଷେତ୍ରରେ ସୁନିଶ୍ଚିତ କରିବା ପାଇଁ ଚାଷୀମାନେ ଜଳ ସଂରକ୍ଷଣ କରିବା ସହ ତା’ର ସଦୁପଯୋଗ କରିପାରିଲେ ହିଁ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଯାହା ଫଳରେ ଚାଷୀ ତା’ର ସାମାଜିକ ସ୍ଥିତି’ରେ ପ୍ରତିଷ୍ଠା ପାଇବା ସହ ଆର୍ଥିକ କ୍ଷେତ୍ରରେ ବିଶେଷ ଉନ୍ନତି ହୋଇପାରିବ । ତେଣୁ ସମସ୍ତଙ୍କ ସହଯୋଗରେ ଏବଂ ପାଣି ପଞ୍ଚାୟତ ମାଧ୍ୟମରେ ସହଭାଗୀ ଜଳସେଚନ ପରିଚାଳନା କାର୍ଯ୍ୟକ୍ରମ’କୁ ସଫଳତାର ସହ କାର୍ଯ୍ୟକାରୀ କରାଇବାକୁ ଉପସ୍ଥିତ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ’ର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା , ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଷୁଦ୍ର-ଜଳସେଚନ ବିଭାଗ ପକ୍ଷରୁ ଅଯଥା ଭାବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଳସେଚନ ପ୍ରକଳ୍ପ ସବୁ ନିର୍ମାଣ କରାଯାଉଛି , ହେଲେ ସେଥିରେ ଚାଷୀ ଉପକୃତ ହୋଇପାରୁ ନାହାନ୍ତି । ଚାଷ ଓ ଚାଷୀ’ର ଉନ୍ନତି ପାଇଁ ଉଚିତ ସ୍ଥାନ’ରେ ଜଳ-ସେଚନ ପ୍ରକଳ୍ପ ନିର୍ମାଣ କରାଗଲେ ଚାଷୀମାନେ ବେଶ ଉପକୃତ ହୋଇପାରିବେ , ତେଣୁ ଏସବୁ ପ୍ରତି ବିଭାଗୀୟ ଅଧିକାରୀ ମାନେ ଅଧିକ ଯତ୍ନବାନ ହୋଇ ଗୁରୁତ୍ୱ ଦେବାକୁ କହିଥିଲେ ।
କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଦୀପ୍ତ କୁମାର ରାଉତ ଯୋଗଦେଇ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ କହି ପାଣି-ପଞ୍ଚାୟତ କ’ଣ , ଏହାର ଗଠନ ପ୍ରଣାଳୀ ଓ ଆବଶ୍ୟକତା , ପାଣି-ପଞ୍ଚାୟତ’ର କାର୍ଯ୍ୟାବଳୀ , ସଦସ୍ୟ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ , ଏବଂ ସହଭାଗୀ ଜଳସେଚନ ପରିଚାଳନା ସହ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳସେଚନ କ୍ଷେତ୍ରରେ ଜଳ’ର ସୁଷମ ବଣ୍ଟନ ଓ ସଦୁପଯୋଗ କରିବା ପ୍ରଭୃତି ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ କହି ସଚେତନ କରାଇ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ମଞ୍ଚାସିନ ଅତିଥି ଭାବେ ସିଡିଭିଓ:-ଡାଃ ଦିଲୀପ କୁମାର ପଟନାୟକ , ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର ,ଏବଂ ସହକାରୀ କୃଷି ଅଧିକାରୀ କେ:-ମାଧବ ରାଓ ପ୍ରମୁଖ ଯୋଗଦେଇ ସେମାନଙ୍କ ବିଭାଗୀୟ କାର୍ଯ୍ୟକ୍ରମ । , ଚାଷୀ ମାନଙ୍କ ନିମନ୍ତେ ରହିଥିବା ଯୋଜନା ଓ ରିହାତି ବ୍ୟବସ୍ଥା , ଉନ୍ନତ ଓ ବୈଜ୍ଞାନିକ ପ୍ରଣାଳୀ’ରେ ଚାଷ , ରୋଗପୋକ ପରିଚାଳନା ପ୍ରଭୃତି ସମ୍ପର୍କରେ କହି ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ ।
ଏହି ପାଣି-ପଞ୍ଚାୟତ ପକ୍ଷ ପାଳନ ଅବସର’ରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା’ର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ ।
ଅନୁଷ୍ଠିତ ପ୍ରତିଯୋଗିତା’ରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଯାଜପୁର ସ୍ଥିତ ୟୁଜି:ହାଇସ୍କୁଲ’ର ନବମ ଶ୍ରେଣୀ ଛାତ୍ର ରାଜେଶ ପୋଲାଈ ପ୍ରଥମ ହୋଇ ୩ ହଜାର ଟଙ୍କା ପାଇଥିବା ବେଳେ ପାରଳାଖେମୁଣ୍ଡି ସ୍ଥିତ ଏମଆରବିଏଚ ସ୍କୁଲ’ର ୧୦ମ ଶ୍ରେଣୀ ଛାତ୍ର ରଘୁନାଥ ପ୍ରସାଦ ପଣ୍ଡା ଦ୍ଵିତୀୟ ହୋଇ ୨ ହଜାର ଟଙ୍କା ଏବଂ ମହେନ୍ଦ୍ରଗିରି ମ୍ୟୁନିସିପାଲ ହାଇସ୍କୁଲ’ର ୯ମ ଶ୍ରେଣୀ ଛାତ୍ର ରୁଦ୍ର ପ୍ରଧାନ ତୃତୀୟ ହୋଇ ୧୫୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ ।
ସଭା କାର୍ଯାକ୍ରମ’କୁ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ’ର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ମିଶ୍ର ସଂଯୋଜନା କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ’କୁ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ମିଶ୍ର , ସହକାରୀ ଯନ୍ତ୍ରୀ ବିରେନ୍ଦ୍ର କୁମାର ସାହୁ ଏବଂ କନିଷ୍ଠ-ଯନ୍ତ୍ରୀ ସୁଜାତା କୁମାରୀ ଗୌଡ ପ୍ରମୁଖ ପରିଚାଳନା’ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here