5-T ସଚିବଙ୍କ ମା ତାରାତାରିଣୀ ଦେବୀଙ୍କ ଦର୍ଶନ ଅଚାନକ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ଏବଂ ଛାତ୍ରଛାତ୍ରୀ ସହ କରିଲେ ମଧ୍ୟାହ୍ନ ଭୋଜନ

0
168

ହିଞିଳିକାଟୁ ୩୧/୧/୨୦(ପ୍ରିୟବ୍ରତ ପଣ୍ଡା))-ଦୀର୍ଘ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞିଳିକାଟୁ ବ୍ଳକ ଶୁକ୍ରବାର 5ଟି ସଚିବ ପ୍ରଥମ ଗ୍ରସ୍ତ କରିଛନ୍ତି ।ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ବ୍ଳକ ଅଚାନକ ଗ୍ରସ୍ତରେ 5ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଆସିବା ପୂର୍ବରୁ ଗଞ୍ଜାମ ପ୍ରସିଦ୍ଧ ଦେବୀ ପୀଠ ମା ତାରାତାରିଣୀଙ୍କ ଦର୍ଶନ ମନ୍ଦିର ସେବକ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହ ଆଲୋଚନା କରି ହିଞିଳିକାଟୁ ବ୍ଳକର ପ୍ରତେକ ପଞ୍ଚାୟତ ଅଧିନସ୍ଥ ସରକାରୀ ବିଦ୍ୟାଳୟ ଗୁଡିକ ନନ୍ଦିକ ,ବାଳକୃଷ୍ଣପୁର, ଧୋବାଡି, ସାହପୁର, ଭାବନ୍ଧ, ବେଲଗାଁ,ଗଣ୍ଡଳା, ଦୁର୍ବନ୍ଧ, କଞ୍ଚୁରୁ, ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟ, ବୁରୁପଡା, ଖଣ୍ଡରା ଉନ୍ନତୀ ବିଦ୍ୟାଳୟକୁ ଯାଇ ସେଠାର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସିଧାସଳଖ ଆଲୋଚନା କରିବା ସହ ସ୍କୁଲର ସମସ୍ତ ପ୍ରକାର ଅଭାବ ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । 5ଟି ସଚିବ ଶ୍ରୀ ପାଣ୍ଡିୟନ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଭିତ୍ତିଭୂମି ବିକାଶର ଆବଶ୍ୟକତା ଓ ଖେଳ ପଡ଼ିଆର ଆବଶ୍ୟକତା କୁ ତୁରନ୍ତ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ପରେ ହିଞିଳିକାଟୁ ପୋୖର ପରିଷଦ ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରେ ପହଞ୍ଚି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତିଙ୍କ ସହ ସିଧାସଳଖ ସ୍କୁଲ ପରିସରେ ଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଇବେରୀ ଓ ପରିଶ୍ରାଗାର ଉପରେ ବୁଝିଥିଲେ ।ଉପସ୍ଥିତ ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କୁ ବିଗତ ବର୍ଷ ୧୦ମ ଶ୍ରେଣୀ ପାସ କରିଥିବା ପଞ୍ଚାୟତ ସ୍ତରରେ ପ୍ରତେକ ବିଦ୍ୟାଳୟରେ ୮୦% ହୋଇଥିଲା ବେଳେ ହିଞିଳି ଏନଏସି ଉଚ୍ଚ ବିଦ୍ୟାଳୟରେ ୬୦% ହୋଇଥବା କାରଣ ପଚାରିଥିଲେ । ପରେ ବୃନ୍ଦାବନ ସରକାରୀ ବିଦ୍ୟାଳୟ ବୁଲି ଦେଖି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି ବୁଲିଦେଖି ବହୁତ ଖୁସି ବ୍ୟକ୍ତ ହୋଇ ଭୁବନେଶ୍ୱର ଏପରି ଷ୍ଟାଡିୟମ ନଥିବା ଗୋଟିଏ କହିଥିଲେ। ବିଭିନ୍ନ ବିଦ୍ୟାଳୟ ଗୁଡିକର ଅଭାବ ଅସୁବିଧା ନେଇ ସମସ୍ତ ବିଦ୍ୟାଳୟ ର କତ୍ତୃପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ସଭାଗୃହ, ପାଚେରୀ, ଆସବାବପତ୍ର, ଶ୍ରେଣୀ ଗୃହ ଅଗ୍ରାଧିକାର ନେଇ ଜିଲ୍ଲାପାଳଙ୍କୁ ଦୃଷ୍ଟି ଦେବାପାଇଁ ଅବଗତ କରାଇଥିଲେ ।ପରେ ବାହାରି ଖରିଡା ପଞ୍ଚାୟତ ଦେଇ ଛତ୍ରପୁର ଯାଇଥିଲେ।ଏହି ଗ୍ରସ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ପିଡ଼ି ଡିଆରଡିଏ ଶିଧାର୍ଥ ଶଙ୍କର ସ୍ୱାଇଁ,ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଡିଆରଡିଏ ପ୍ରତିନିଧି ଶରତ ମହାପାତ୍ର ସ୍ଥାନୀୟ ତହସିଲଦାର ଗୋପୀନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ପୋୖର ନିର୍ବାହି ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ,ବିଇଓ ବସନ୍ତ କୁମାର ପଣ୍ଡା, ଆଇଆଇସି ଅଭିମନ୍ୟୁ ଦାସ,ଏବିଇଓ ବିଶ୍ୱନାଥ ମହାରଣା,ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ,ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ପୂର୍ବତନ ଅଧ୍ୟକ୍ଷ ଶିବରାମ ଗୌଡ଼,ପୂର୍ବତନ ପୋୖର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା,ପୋୖର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲୀପ କୁମାର ମିଶ୍ର ପ୍ରମୁଖଙ୍କ ସମେତ ଶରତ ସାବତ,କିରଣ କୁମାର ପଟ୍ଟନାୟକ,ଛାତ୍ର ଯୁବ ବିଜେଡି ସଭାପତି ରୀଙ୍କୁ ପଣ୍ଡା, ଯୁଧିଷ୍ଠିର ସ୍ବାଇଁ, ବାବୁଲା ମହାପାତ୍ର ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here