ଦେଶର ସୁରକ୍ଷା ପାଇଁ ମୋଦି ସରକାର କୌଣସି ସାଲିସ କରିବ ନାହିଁ।। “ଜି-୨୦ ଶିଖର ସମ୍ମିଳନୀ”ରେ କୋଣାର୍କ ଚକ୍ରକୁ ସ୍ଥାନିତ କରି ଓଡିଶାର ଅସ୍ମିତାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରାଇଛନ୍ତି ପ୍ରଧାନମନ୍ତ୍ରୀ: ଡ.ଏସ୍‌.ଜୟଶଙ୍କର

0
15

ଭୁବନେଶ୍ୱର,୦୪/୦୫/୨୦୨୪: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ସର୍ବଦା ଓଡିଶା ରହିଆସିଛି । ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦିଜୀ ପ୍ରତିଶୃତିବଦ୍ଧ । ବିଶେଷ ଭାବେ ଓଡିଆ ଭାଷା, ଐତିହ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ସ୍ୱତନ୍ତ୍ର ଭୁମିକା ଗ୍ରହଣ କରିଛନ୍ତି । ବିଶ୍ୱର ବିତଶୀଳ ରାଷ୍ଟ୍ରମାନଙ୍କୁ ନେଇ ନୂଆଦିଲ୍ଲୀଠାରେ ଆୟୋଜିତ “ଜି-୨୦ ଶିଖର ସମ୍ମିଳନୀ”ରେ କୋଣାର୍କ ଚକ୍ରକୁ ସ୍ଥାନିତ ଓ ପ୍ରଦର୍ଶିତ କରାଇ ମୋଦିଜୀ ଓଡିଶାର ମାନ ଓ ସମ୍ମାନ ବୃଦ୍ଧି କରାଇଛନ୍ତି । ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ କରିଛନ୍ତି । ଗତ ୧୦ ବର୍ଷରେ ଓଡିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଓ ସହାୟତା ପ୍ରଦାନ କରିଛନ୍ତି । ମୋଦିଜୀଙ୍କ କାର୍ଯ୍ୟକାଳରେ ସାଗରମାଳା ପ୍ରକଳ୍ପ ମାଧ୍ୟମରେ ୫୪ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ୩୪ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି । ୫୩ଲକ୍ଷ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ମିଳିଛି । ସ୍ୱନିଧୀ ଯୋଜନାରେ ୫୪ହଜାର ଉପଭୋକ୍ତା ଓଡ଼ିଶାରୁ ସାମିଲ ହୋଇଛନ୍ତି । ୫୮ ହଜାର କିଲୋମିଟର ନୂତନ ରାସ୍ତା ନିର୍ମାଣ ହୋଇଛି । ୨୦ଟି ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲିଛି ଏବଂ ବର୍ଷକୁ ପ୍ରାୟ ୨.୫ ପାସପୋର୍ଟ ଇସ୍ୟୁ ହେଉଛି । ଭୁବନେଶ୍ୱର ଓ ରାଉରକେଲାକୁ ସ୍ମାର୍ଟ ସିଟି ମାନ୍ୟତା ମିଳିଛି । ସ୍ୱଚ୍ଛ ପାନୀୟ ଜଳ ପାଇଁ ସମସ୍ୟାର ସମାଧାନ ପାଇଁ ପର୍ଯ୍ୟାପ୍ତ ସହାୟତା ଓ ଅନୁଦାନ ଆସିଛି । ପ୍ରାକୃତିକ ସଂପଦ ପ୍ରାଚୁର୍ଯ୍ୟ ଭରପୁର ଓଡଶା ରାଜ୍ୟ ଦେଶର ଅନ୍ୟତମ ବିକଶିତ ରାଜ୍ୟ ଗଢି ଉଠିବାର ଅପାର ସମ୍ଭାବନା ରହିଛି । ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଦ୍ୱାରା ଓଡିଆ ଯୁବକଯୁବତୀ ରୋଜଗାରକ୍ଷମ ହୋଇପାରିବେ । ଓଡିଶାର ଲୋକ ଅନେକ କୁଶଳୀ ଓ ଦକ୍ଷ । ମାତ୍ର ରାଜନୈତିକ ସଦିଚ୍ଛାର ଅଭାବ କାରଣରୁ ଓଡିଶାର ବିକାଶ ସଠିକ ହୋଇପାରିନାହିଁ । ଓଡ଼ିଶାରେ ସବୁ ଥାଇ ମଧ୍ୟ ସେହି ଅନୁପାତରେ ବିକାଶ ହୋଇପାରି ନାହିଁ । ଆଜିର ଓଡ଼ିଶାକୁ ଦେଖିଲେ ଆହୁରି ବିକାଶ ହେବାର ଥିଲା । ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଉନାହିଁ । ଓଡିଶାର ଶାସନ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବାର ଆବଶ୍ୟକତା ରହିଛି । ଲୋକଙ୍କୁ କେନ୍ଦ୍ର ଯୋଜନାର ସୁଫଳ ମିଳିବାକୁ ହେଲେ କେନ୍ଦ୍ରରେ ମୋଦି ହାତମୁଠାକୁ ମଜବୁତ୍ କରିବାକୁ ପଡିବ ଏବଂ ଓଡିଶାରେ ମଧ୍ୟ ବିଜେପିର ସରକାର ଗଠନ କରିବା ଆବଶ୍ୟକ ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ.ଏସ.ଜୟଶଂକର କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀ କରି ଡ.ଜୟଶଂକର କହିଛନ୍ତି ଯେ, ମୋଦିଜୀଙ୍କ ଗ୍ୟାରେଂଟି ଦେଶରେ ତଥା ଦେଶର ସୀମା ବାହାରେ ପଡୋଶୀ ରାଷ୍ଟ୍ରମାନଙ୍କରେ ମଧ୍ୟ ସ୍ପଷ୍ଟ ପ୍ରକାଶ ପାଉଛି । ବିଦେଶରେ ଫସି ରହୁଥିବା ଭାରତୀୟଙ୍କୁ ଉଦ୍ଧାର କରିବା ମୋଦି ସରକାରଙ୍କ ପ୍ରାଥମିକତା । ୟୁକ୍ରେନ, ସୁଦାନ, ଇସ୍ରାଏଲ ସଂକଟରୁ ଓଡ଼ିଶା ଲୋକଙ୍କୁ ବି ଉଦ୍ଧାର କରାଯାଇଛି । ଦେଶର ବିକାଶକୁ ଆଗେଇ ନେବା ଭଳି ମୋଦି ସରକାର ଓଡିଶାରେ ହେବା ଦରକାର । କେନ୍ଦ୍ରରେ ଏଥର ୪୦୦ ପାର ଏବଂ ଓଡିଶାରେ ବିଜେପି ସରକାର ହେବ ବୋଲି ଡ.ଜୟଶଂକର ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ମୋଦି ସରକାର ପାଇଁ ଦେଶ ପ୍ରଥମ ଓ ଦେଶର ସୁରକ୍ଷା ମଧ୍ୟ ପ୍ରଥମ । ଦେଶର ସୁରକ୍ଷା ପାଇଁ ମୋଦି ସରକାର କୌଣସି ସାଲିସ କରିବ ନାହିଁ ବୋଲି ଡ.ଜୟଶଂକର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here