ଆଦିବାସୀ ଅଞ୍ଚଳରେ ଉନ୍ନତି ର ବାସ୍ନା , ବ୍ଲକ ଅଧକ୍ଷଙ୍କୁ ମିଳୁଛି ପ୍ରଶଂସା

0
151

ବାଲିପଡ଼ା, ୧୬/୦୨/୨୦୨୦:-ସମାଜରେ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକ ପ୍ରତିଟି ସମୟରେ ଅବହେଳିତ ଅବସ୍ଥାରେ ଥିବା କଥା ଆମେ ଶୁଣିଛନ୍ତି I ନିର୍ବାଚନ ସରିଲା ପରେ କୁଆଡେ ଆଉ ନେତାଙ୍କ ପାଦ ଗରିବ ଲୋକଙ୍କ ଗାଁରେ ପଡେ ନାହିଁ ଏବଂ ସେମାନେ ତାଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତି ନାହିଁ I ଏପରି ବହୁତ କଥା ଜନସାଧାରଣ ବହୁ ସମୟରେ ଅଭିଯୋଗ ଆଣନ୍ତି I କିନ୍ତୁ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ ଏମିତି ଏକ ଆଦିବାସୀ ଅଞ୍ଚଳ ରହିଛି ଯେଉଁଠି ପ୍ରତିଟି ସମୟରେ ନେତାଙ୍କ ପାଦ ପଡେ ଏବଂ ଲୋକଙ୍କ ସୁଖଦୁଃଖରେ ନେତାମାନେ ସାମିଲ ହୁଅନ୍ତି I ଆମେ କହୁଚୁ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ କଥା ଜଣେ ଉଚ୍ଚଶିକ୍ଷିତ ଓ ସମ୍ରାନ୍ତ ପରିବାରର ପିଲା ଘର ବ୍ରହ୍ଣପୁର ସହର ଉପକଣ୍ଠ କୁକୁଡାଖଣ୍ଡି ଗ୍ରାମରେ,ଇଚ୍ଛାଥିଲା ଆଦିବାସୀ ହରିଜନ ଲୋକଙ୍କ ଆସାର ବାଡ଼ି ହୋଇ ଆଦିବାସୀ ଅଞ୍ଚଳକୁ ଆଲୋକିତ କରିବା, ଯାହା ଫଳରେ ନିର୍ବାଚନ ଲଢ଼ିବା ପାଇଁ ବାଛିଲେ ଆଦିବାସୀ ଅଧୁଷିତ କଙ୍କିଆ ଗ୍ରାମ ପଞ୍ଚାୟତ ଏବଂ ବହୁ ଭୋଟ ବ୍ୟବଧାନରେ ଉକ୍ତ ପଞ୍ଚାୟତରୁ ସମିତି ସଭ୍ୟ ରୂପରେ ନିର୍ବାଚିତ ହେଲେ I ନିର୍ବାଚନ ଜିତିବା ପରବର୍ତ୍ତୀ ସମୟରେ କିନ୍ତୁ ଭୁଲି ନାହାନ୍ତି ନିଜ ପ୍ରିୟ ଜନତାଙ୍କୁ ପ୍ରତିଟି ସମୟରେ ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତି, ଏବଂ ଜନତାଙ୍କ ଦୁଃଖ ବୁଝନ୍ତି I କେବଳ ବ୍ଲକ ଅଧକ୍ଷ ଙ୍କୁ ନୁହଁ ସ୍ଥାନୀୟ ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମଧ୍ୟ ବହୁ ସମୟରେ ଦେଖିବାକୁ ମିଳେ I ଯଦି ଉନ୍ନତି କଥା କହିବା ଦୁଇ କୋଟି ଟଙ୍କା ବ୍ୟୟରେ ବିଜୁ ସେତୁ ନିର୍ମାଣ ପୁରୁଣାପାଟଣା ଠାରେ ଚାଲିଥିବା ବେଳେ ପ୍ରତି ଗ୍ରାମକୁ ପକ୍କା ରାସ୍ତା ଅଞ୍ଚଳର ପ୍ରାୟ ସମସ୍ତ ବିଦ୍ୟାଳୟରେ ପକ୍କା ଘର ସାଙ୍ଗକୁ ପିଲାଙ୍କ ପାଠ ପଢ଼ାରେ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଦୃଷ୍ଟି ଦେଇ ପ୍ରତିଟି ବିଦ୍ୟାଳୟର ଆବଶ୍ୟକତା ଅନୁଯାଇ ଶିକ୍ଷକ/ଶିକ୍ଷୟତ୍ରୀ ମଧ୍ୟ ଅଛନ୍ତି I ଗ୍ରାମ ବିକାଶ ବିଦ୍ୟାଳୟ ଅଞ୍ଚଳର ତଥା ଛାତ୍ର/ଛାତ୍ରୀଙ୍କ ବିକାଶକୁ ଦ୍ବିଗୁଣିତ କରିଛି I କେବଳ ନିଜ ପଞ୍ଚାୟତ ନୁହେଁ ବାଲିପଡ଼ା ପଞ୍ଚାୟତ କୁମ୍ଭଝରି ଆଦିବାସୀ ଅଧୁସିତ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରି ପୋଖରୀ ଉନ୍ନତି କରଣ ପାଇଁ ଅର୍ଥ ମଞ୍ଜୁରୀ କରିଛନ୍ତି ଏବଂ ପୋଖରୀ ମରାମତି ହୋଇଗଲେ ଗ୍ରୀଷ୍ମ ଋତୁରେ ଆଉ ପାଣିରେ ଅସୁବିଧା ରହିବ ନାହିଁ ବୋଲି ଅଞ୍ଚଳ ବାସି କହିଛନ୍ତି I ଏବଂ ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ବାଳିକା ମାନଙ୍କ ନିମନ୍ତେ ଅଧାପାନ୍ତରିଆ ଅବସ୍ଥାରେ ପଡି ରହିଥିବା ଛାତ୍ରୀ ନିବାସକୁ କାର୍ଯ୍ୟକାରି କରି ବେଶ୍ ପ୍ରଶଂସିତ ହୋଇଛନ୍ତି ଶ୍ରୀ ପାତ୍ର I ଅନ୍ୟପାଖରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପିଠ ମାଁ ମହୁରୀ କାଳୁଅ ପୀଠର ଉନ୍ନତି କାରଣ ତଥା ପାର୍କ ନିର୍ମାଣ ସକାଶେ ତିରିଶି ଲକ୍ଷ ଟଙ୍କା ମଂଜୁର କରି ସାଧୁବାଦ ସାଉଟିଁଛନ୍ତି ଶ୍ରୀ ପାତ୍ର I ଅନ୍ୟ ପକ୍ଷରେ ନିଜ ପ୍ରିୟ ନେତାଙ୍କୁ ପାଈ ଅଞ୍ଚଳବସି ବେଶ ଖୁସି ବ୍ୟକ୍ତ କରିବା ସହ ଏକ ଗରିବର ବନ୍ଧୁଙ୍କୁ ନିଜ ନେତା ହିସାବରେ ପାଇ ଖୁସି ବ୍ୟକ୍ତ କରିଛନ୍ତି ଅଞ୍ଚଳର ବାସିନ୍ଦା I

ରିପୋର୍ଟ ପ୍ରଫୁଲ ସାବତ

LEAVE A REPLY

Please enter your comment!
Please enter your name here