ନିଳକଣ୍ଠେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ସ୍ବଚ୍ଛତା କାର୍ଯ୍ୟକ୍ରମ

0
153

କଳାହାଣ୍ଡି–୨୯/୦୨/୨୦୨୦
କୋକସରା ବ୍ଲକ୍ ମୋଟେର ପଂଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ନିଳକଣ୍ଠେଶ୍ବର ମହାଦେବଙ୍କ ପୀଠ,ଚତୁରପାର୍ଶ୍ୱରେ ପରିବେଶ ସଫା ସୁତୁରା ପାଇଁ କୁସୁମଖୁଣ୍ଟି ଯୁବ ଅନୁଷ୍ଠାନ ର ଉପଦେଷ୍ଟା ତଥା ମୋଟେର ସରପଞ୍ଚ ଇଂ ସୁଶିଲ କୁମାର ଶବର ଙ୍କ ତତ୍ଵାବଧାନ ରେ ଯୁବ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସଭ୍ୟ ମାନଙ୍କ ସହଯୋଗ କ୍ରମେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଉପଦେଷ୍ଟା ଶ୍ରୀ ଶବର ମହାଶୟ ପରିବେଶ ପରିଛନ୍ନତା ରହିବା ଦ୍ୱାରା ବିଭିନ୍ନ ରୋଗ ସଂକ୍ରମଣ ରୁ ରକ୍ଷା ପାଇବା ଓ ମନ୍ଦିର ପରିବେଶ ସଫା ରହିବା ଯୋଗୁଁ ଶ୍ରଧାଲୁଙ୍କ ମନ ଆକର୍ଷିତ ହୋଇପାରିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଯୁବ ଅନୁଷ୍ଠାନ ସଭାପତି ଶ୍ରୀ ତପନ ବେହେରା (ମଣ୍ଟୁ),ସମ୍ପାଦକ ହିରଣ୍ୟ ବେହେରା, କୋଷାଧ୍ୟକ୍ଷ ମହେନ୍ଦ୍ର ବେହେରା (ମଣି),୧୦ ନଂ ୱାର୍ଡ ସଭ୍ୟ ବନ ଶବର,ସମାଜସେବୀ ସୁଦର୍ଶନ ବେହରା ପ୍ରମୁଖ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ।ଅନୁଷ୍ଠାନ ର ଏଭଲି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମାନେ ଭୁରି ପ୍ରଶଂସା କରିଥିଲେ।
ରିପୋର୍ଟ: ସନତ କୁମାର ପ୍ରଧାନୀ

LEAVE A REPLY

Please enter your comment!
Please enter your name here