ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ

0
155

କଳାହାଣ୍ଡି,୨୮/୦୨/୨୦୨୦(ସନତ ପ୍ରଧାନୀ)ସରସ୍ଵତୀ ଶିଶୁ ମନ୍ଦିର ହିଁ ଏକମାତ୍ର ଶିକ୍ଷାନୁଷ୍ଠାନ ଯେଉଁଠି ଭାରତୀୟ ସଂସ୍କୃତି, ପରମ୍ପରା ଓ ବୌଦ୍ଧିକ ଶିକ୍ଷା କୁ ମୂଳମନ୍ତ୍ର କରି ଶିକ୍ଷାଦାନ ହେଉଛି, କହିବାକୁ ଗଲେ ଆମ ସଂସ୍କୃତି ର ଧରୋହର ସାଜିଛି ଏହି ଶିକ୍ଷାନୁଷ୍ଠାନ, ଆଜି ଆମେ ପାଶ୍ଚାତ୍ୟ ସଭ୍ୟତା ରେ ପଡି ଇଂରାଜୀ ମାଧ୍ୟମ କୁ ଆପଣାଉ ଥିବା ବେଳେ ନିଜର ସଂସ୍କୃତି କୁ ଭୁଲିବାକୁ ବସିଲୁଣି, ତେବେ ସରସ୍ଵତୀ ଶିଶୁ ମନ୍ଦିର ରେ ଦିଆଯାଉଥିବା ବୌଦ୍ଧିକ ଶିକ୍ଷା ଭାରତୀୟ ସଂସ୍କୃତି କୁ ଉଜ୍ଜୀବିତ କରି ରଖିଛି ବୋଲି କୋକସରା ବ୍ଲକ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ରୂପେ ଧର୍ମଗଡ ବିଧାୟକ ମୋଉଷଧି ବାଗ, ସମ୍ମାନିତ ଅତିଥି ରୂପେ କୋକସରା ବ୍ଲକ ଅଧ୍ୟକ୍ଷ ଶବ୍ୟାରାଣୀ ବାଗ, ଶିକ୍ଷାବିଦ ଚଣ୍ଡି ପ୍ରସାଦ ପ୍ରଧାନୀ, ଶିଶୁ ମନ୍ଦିର ପ୍ରତିଷ୍ଠାତା ସମ୍ପାଦକ ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ ଅଜୟ କୁମାର ମଲ୍ଲିକ, ପରିଚାଳନା କମିଟି ସଭାପତି ମିନିକେତନ ପ୍ରଧାନୀ,ଯୁବ ଉଦ୍ୟୋଗୀ ସମାଜସେବୀ କୂଳଦୀପ ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here