ଗଜପତି ଜିଲ୍ଲା ସ୍ତରୀୟ ସ୍ବାସ୍ଥ୍ୟ ମେଳା ୨୦୨୦

0
585

ପାରଳାଖେମୁଣ୍ଡି, ୦୨/୦୩/୨୦୨୦(ପ୍ରଭାତ କୁମାର ପାତ୍ର)- ଗଜପତି ଜିଲ୍ଲା-ସ୍ତରୀୟ ମେଗା “ସ୍ବାସ୍ଥ୍ୟମେଳା-୨୦୨୦” ଆଜି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି’ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟମେଳା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟତଃ ଆଦିବାସୀ ବହୁଳ ଗଜପତି ଜିଲ୍ଲା’ର ଅଧିବାସୀ ମାନେ ହୃଦରୋଗ , ମାନସିକ ରୋଗ , କର୍କଟ , ଅସ୍ଥିଶଲ୍ୟ , ସ୍ନାୟୁରୋଗ ଓ ଅନ୍ୟାନ୍ୟ ସବୁ ରୋଗ’ର ଉପଯୁକ୍ତ ଚିକିତ୍ସ୍ୟ।, ରୋଗ ଚିହ୍ନଟ ଓ ପରୀକ୍ଷା ପାଇଁ ବ୍ରହ୍ମପୁର , କଟକ ଶ୍ରୀକାକୁଲମ , ବିଶାଖାପାଟଣା ଓ ଭେଲୋର ପ୍ରଭୃତି ସହର ଅଞ୍ଚଳରେ ଥିବା ଡାକ୍ତରଖାନା ଉପରେ ହିଁ ନିର୍ଭର କରି ବହୁ ଖର୍ଚ୍ଚାନ୍ତ ହୋଇ ଯାଇଥାନ୍ତି । ସେ ସବୁକୁ ଦୃଷ୍ଟିରେ ରଖି ଏଭଳି ମେଗା ସ୍ବାସ୍ଥ୍ୟମେଳା’ର ଆୟୋଜନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ମାଗଣା’ରେ ବିଭିନ୍ନ ପ୍ରକାର’ର ସ୍ବାସ୍ଥ୍ୟସେବା ଜିଲ୍ଲାବାସୀ’ଙ୍କୁ ଏହି ଦୁଇଦିନ ଧରି ଯୋଗାଇ ଦିଆଯିବ ବୋଲି କହି ଏଭଳି କାର୍ଯ୍ୟକ୍ରମ’ର ସମସ୍ତେ ସୁଯୋଗ ନେବା ସହ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ଗୁନୁରାଣୀ ପଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନିତା ରାଣୀ ବେହେରା , ଏଡିଏମ ଜ୍ଞାନରଞ୍ଜନ ଭଞ୍ଜଦେଓ , ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜେଡପି ସଭ୍ୟ ହିମାଂଶୁ ଲିମା , , ପାରଳାଖେମୁଣ୍ଡି ମହାରାଣୀ କଲ୍ୟାନି ଗଜପତି , ବାର ସଭାପତି ରାମନାଥ ମିଶ୍ର , ସଂଯୁକ୍ତା ବେହେରା ପ୍ରମୁଖ ମଞ୍ଚସିନ ଅତିଥି ଭାବେ ଯୋଗଦେଇଥିଲେ । ରୋଗ ଚିକିତ୍ସ୍ୟ। ଗୁଡିକ ମଧ୍ୟରେ ମୁଖ୍ୟତଃ ସ୍ତ୍ରୀ ଓ ପ୍ରସୂତି ମହିଳା’ଙ୍କ ଚିକିତ୍ସ୍ୟ। , ପରିବାର ଓ ନିୟନ୍ତ୍ରଣ ଅସ୍ତ୍ରୋପଚାର , ଶିଶୁ ରୋଗ , ପୁଷ୍ଟିହୀନତା , ଟିକାଦାନ , ମ୍ୟାଲେରିଆ ରୋଗ , ସ୍ନାୟୁ ରୋଗ , ଅସ୍ଥିଶଲ୍ୟ , ହୃଦରୋଗ , ମାନସିକ ରୋଗ , କର୍କଟ , ମଧୁମେହ , ଗଳଗଣ୍ଡ , କର୍ଣ୍ଣ , ନାଶା , ଗଲା , ଚର୍ମ , ଦାନ୍ତ ରୋଗ , କୁଷ୍ଠ ଓ ଯକ୍ଷ୍ମା ରୋଗ , ମୋତିଆ ବିନ୍ଦୁ ଅସ୍ତ୍ରୋପଚାର , ଏଚଆଇଭି/ଏଡ଼ସ ରୋଗ ସମ୍ପର୍କରେ ପରାମର୍ଶ , ଆୟୁର୍ବେଦ ଓ ହୋମିଓପ୍ୟାଥି ଚିକିତ୍ସ୍ୟ। ପଦ୍ଧତି ମାଧ୍ୟମରେ ଚିକିତ୍ସ୍ୟ। ସୁବିଧା ଓ ମାଦକ ଦ୍ରବ୍ୟ ସେବନ’ର ଅପକାରିତା ବିଷୟରେ ସଚେତନ ଓ ଉପଦେଶ ଦିଆଯିବା ବ୍ୟବସ୍ଥା ରହିଛି। ସେହିଭଳି ପରୀକ୍ଷା ଗୁଡିକ ମଧ୍ୟରେ ମୁଖ୍ୟତଃ ଏକ୍ସରେ , ଅଲ୍ଟ୍ରାସାଉଣ୍ଡ , ରକ୍ତପରିକ୍ଷା , ଚକ୍ଷୁ , କର୍ଣ୍ଣ , ନାଶା , ଗଳା ଓ ଦନ୍ତ , ପାରାଚେକ , ଏଚଆଇଭି/ଏଡ଼ସ , ଆୟୁର୍ବେଦ ଓ ହୋମିଓପ୍ୟାଥିକ ପ୍ରଭୃତି ରୋଗ’ର ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ଅନ୍ୟପକ୍ଷରେ ଏହି ମେଗା ସ୍ବାସ୍ଥ୍ୟମେଳା କାର୍ଯ୍ୟକ୍ରମ’ରେ କଟକ(ଏସସିବି) ,ଭୁବନେଶ୍ୱର(ସମ), ବ୍ରହ୍ମପୁର(ଏମକେସିଜି),ଏବଂ ପଡୋଶୀ ଆନ୍ଧ୍ର’ର ଶ୍ରୀକାକୁଲମ ସ୍ଥିତ ଜେମ୍ସ ଓ କିମସ ପ୍ରଭୃତି ବଡ ବଡ ହସପିଟାଲ’ର ବିଭିନ୍ନ ବିଭାଗ(ରୋଗ)’ର ପ୍ରଫେସର , ସହଯୋଗୀ ପ୍ରଫେସର , ଓ ବିଶେଷଜ୍ଞ ଡାକ୍ତର ମାନେ ଯୋଗଦେଇ ରୋଗ ଗୁଡିକ’ର ଚିକିତ୍ସ୍ୟ। ସହ ପରୀକ୍ଷା ଓ ନିରୀକ୍ଷା କରି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା କରା ଯାଇଥିଲା ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି’ର ପରିବାର କଲ୍ୟାଣ ମୁଖ୍ୟ ଡାଃ ଏମଏମ ମୁନିର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁଧୀର କୁମାର ଜେନା , ନେତ୍ରାନନ୍ଦ ଶତପଥୀ , ମମତା ପାଢ଼ୀ ଏବଂ ଜଗଦୀଶ ପଟନାୟକ ପ୍ରମୁଖ ପରିଚାଳନା’ରେ ସହଯୋଗ କରିଥିଲେ । ତେଣୁ ଜିଲ୍ଲାବାସୀ ମାଗଣା’ରେ ଏହି ସ୍ୱାସ୍ଥ୍ୟମେଳା’ର ଭରପୁର ସୁଯୋଗ ନେଇ ନିଜକୁ ସୁସ୍ଥ ଓ ରୋଗମୁକ୍ତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷ’ରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here