ଆଳୁ ଦର ବୃଦ୍ଧି, ଜନସାଧାରଣ ଙ୍କୁ ସଚେତନତା କରୁଛନ୍ତି ସ୍ଥାନୀୟ ସମାଜସେବୀ ଓ ନେତୃବୃନ୍ଦ ମାନେ

0
230

ଗଞ୍ଜାମ,୨୬/୦୩/୨୦୨୦( ଟୁକୁନା ପ୍ରଧାନ ) – : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ , କୁମ୍ଭାରଗାଁ ପଞ୍ଚାୟତ ର କିଛି ରାଜନୈତିକ ନେତୃବୃନ୍ଦ, ସମାଜସେବୀ, ଶିକ୍ଷକ, ଯୁବଗୋଷ୍ଠୀ, ବିଜୁ ଯୁବ ବାହୀନି ର ସଦସ୍ୟ ମାନେ ମିଶି ଏହି ଦୁଇଗୋଟି ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣ ମାନଙ୍କୁ ବ୍ୟାପକ ସଚେତନତା କରିଛନ୍ତି । ପ୍ରାୟତଃ ଲୋକ ମାନୁଥିବା ବେଳେ ପ୍ରାୟ ବହୁ ଲୋକ ଏହାକୁ ବେଖାତିର୍ କରି ସାଧାରଣ ଭlବରେ ଗାଁ ରେ ବୁଲିବା ଏକାଠି ହୋଇ ଚାସ ଖେଳିବା, ବାଇକ ରେ ଯିବା ଆସିବା କରିବା , ଏହା ସାଙ୍ଗକୁ ପୋଖରୀରେ ଗାଧୋଇ ଯିବା ସହ ଗ୍ରାମରେ ରାସ୍ତା କଡରେ ଝାଡ଼ା ବସି ପରିବେଶକୁ ପ୍ରଦୂଷିତ କରୁଛନ୍ତି l ବିଶେଷ ଭlବରେ ଦୁଇ ଚକିଆ ଯାନ ରେ ଲୋକ ମଧ୍ୟ ଯା ଆସ କରୁଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ଧରପଗଡ ଚାଲିଛି l ସେପଟେ ଲୋକ ସଚେତନ ଥିବା ବେଳେ କିଛି ଲୋକଙ୍କ ଯୋଗୁଁ ଅସନ୍ତୋଷ ବଢିଛି । ଏହା ସାଙ୍ଗକୁ ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆଳୁ ଦର କିଲୋପ୍ରତି ୨୫ ରୁ ୩୦ ଟଙ୍କା ବିକ୍ରି ହେଉଛି । ଏବଂ କିଛି ଜାଗା ରେ ମଧ୍ଯ ଆଳୁ ର ସଙ୍କଟ ଦେଖା ଦେଇଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ କିଛି ବୁଦ୍ଧିଜୀବୀ ଏବଂ ଯୁବ ସମାଜ ସେବୀ ମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here