ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ ଟୋକେନ୍ ବଣ୍ଟନ

0
132

 

ବୁଗୁଡା, ୩୦/୦୩/୨୦୨୦: ବୁଗୁଡା ବ୍ଲକର ୨୧ ଟି ପଞ୍ଚାୟତ ଓ ବୁବୁଡା ଏନଏସିର ଯେଉଁ ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି ସେହି ସମସ୍ତ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକମାନଙ୍କୁ ୩ ମାସର ଚାଉଳ ଯୋଗାଣ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଟୋକେନ ବଣ୍ଟନ କରିଛନ୍ତି। ଏହି ଟୋକେନ୍ ପ୍ରକାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ତିନି ମାସ ପାଇଁ ୯ କିଲୋ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩.୫ କିଲୋ ଚାଉଳ ପ୍ରତି ପଞ୍ଚାୟତର ଚାଉଳ ବଣ୍ଟନ କେନ୍ଦ୍ର ଓ ଏନଏସିର ପ୍ରତି ୱାର୍ଡର ଚାଉଳ ବଣ୍ଟନ କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯିବ। ବିଦ୍ୟାଳୟ ଗୁଡିକୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଛୁଟି ଘୋଷଣା ହୋଇଥିବା ଯୋଗୁଁ ପିଲାଙ୍କ ଅଭିଭାବକ ମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରି ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here