ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ

0
16

ବ୍ରହ୍ମପୁର, ୩୦/୦୪/୨୦୨୪:ସ୍ଥାନୀୟ ଗଞ୍ଜାମ କଳା ପରିଷଦ ପରିସରରେ ସ୍ୱରାଞ୍ଜଳି (ବ୍ରହ୍ମପୁର) ତରଫରୁ ବରିଷ୍ଠ ସଙ୍ଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ପ୍ରଫୁଲ କର ଙ୍କ ସ୍ମୃତିରେ ଏକ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ କଳା ପରିଷଦ ର ସଭାପତି କେଦାର ଆପ୍ତା ଓ ସାଧାରଣ ସମ୍ପାଦକ ଅପୁର୍ବ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଙ୍ଗୀତ ସଂଧ୍ୟାର ଶୁଭାରମ୍ଭ କରିବା ସହ ସ୍ୱର୍ଗତ କର ଙ୍କ ସ୍ମୃତି ଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁରର ବରିଷ୍ଠ ତଥା ବିଶିଷ୍ଠ କଣ୍ଠଶିଳ୍ପୀ ଅଶ୍ୱିନୀ ମହାପାତ୍ର , ଭବାନୀ ଚରଣ ମିଶ୍ର , ଡ଼ା.ଚନ୍ଦନ ଗନ୍ତାୟତ, ଶିବ ଶଙ୍କର ଶିଡଙ୍ଗୀ , କେ .ଅଞ୍ଜଳି ପାତ୍ର , ପ୍ରୀତି ମଞ୍ଜରୀ ପ୍ରତିନିଧି ପ୍ରମୁଖ କଣ୍ଠଦାନ କରିଥିବା ବେଳେ ବାଦ୍ୟ ଓ ଯନ୍ତ୍ରସଙ୍ଗୀତ ରେ ଇଁ ଅଭୟେନ୍ଦୁ ଶେଖର ପଟ୍ଟନାୟକ ଙ୍କ ତତ୍ୱାବଧାନରେ ଜିତୁ , କାମା , କେ .ବିକାଶ ପାତ୍ର ,ଅମିନ, ଜୀବନ ଓ ମିହୀର ପାଣିଗ୍ରାହି ପ୍ରମୁଖ ସହଯୋଗ କରିଥିଲେ । ମଞ୍ଚ ଉପସ୍ଥାପକ କାର୍ତ୍ତିକ ପାଣିଗ୍ରାହି ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here