ବୁଗୁଡା ଏନଏସିରେ ନିର୍ମାଣ ଶ୍ରମିକଙ୍କୁ ଟଙ୍କା ଓ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

0
158

ବୁଗୁଡା, ୧୦/୦୪/୨୦୨୦: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କ ୧୫୦୦ ଟଙ୍କା ଲେଖାଏଁ ଓ ବାର୍ଦ୍ଧକ୍ୟ, ବିଧବା,ଭିନ୍ନକ୍ଷମ ପ୍ରଭୃତି ହିତାଧିକାରୀଙ୍କୁ ୪ ମାସର ଭତ୍ତା ପ୍ରଦାନ କରାଯାଇଥିବା ଜଣାପଡିଛି। ଶୁକ୍ରବାର ଦିନ ବୁଗୁଡା ଏନଏସିରେ ୬୭ ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ବଣ୍ଟନ କରାଯାଇଥିବା ବେଳେ ୪୨ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପାଇଁ ମୋଟ ୧ ଲକ୍ଷ ୬୮ ହଜାର ୮ ଶହ ଟଙ୍କା ପ୍ରଦାନ କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଏଥିସହ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ପ୍ରତି ୱାର୍ଡର ଘରକୁ ଘର ବୁଲି ସ୍ୱାସ୍ଥ୍ୟ ରିପୋର୍ଟ ପ୍ରସ୍ତୁତ କରୁଥିବା ଶ୍ରୀ ଦାଶ ପ୍ରକାଶ କରିଥିଲେ।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here