ବ୍ରହ୍ମପୁର ଏମ.କେ.ସିଜି ମୁଖ୍ୟ ଚିକିତ୍ସାଳୟ ରେ ଶିଶୁ ମୁର୍ତୁ ପରିବାର ହନ୍ତସନ୍ତ l

0
225

 

ବ୍ରହ୍ମପୁର, ୧୦/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ଦକ୍ଷିଣ ଓଡ଼ିଶା ର ଏକମାତ୍ର ରେଫାରଲ ହସପିଟାଲ ଭାବେ ପରିଚିତ ଏମକେସିଜି ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ବେଶ ପରିଚିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବୃହତ ହସ୍ପିଟାଲ ଏଠାକୁ ବହୁ ଦୂରଦୂରାନ୍ତ ରୁ ବିଭିନ୍ନ ଲୋକେ ଚିକିତ୍ସା ନିମନ୍ତେ ଆସିଥାନ୍ତି l କିନ୍ତୁ ବର୍ତମାନ ଯେଉଁ ମହାମାରି କରୋନା ବ୍ୟାପିଛି ତାହା ସାରା ବିଶ୍ୱକୁ କ୍ଷୁଦ୍ଧ କରିଛି l ଏପରି ସ୍ଥଳରେ ଜନସାଧାରଣ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକ୍ ଡାଉନ କରି ଦିନ ଗଡ଼ାଇବା ରେ ବାଧ୍ୟତା ସାଜିଛନ୍ତି l ଏହି ପରିସ୍ଥିତି ରେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ନେଡ୍ରିଖୋଲ ଗ୍ରାମର ସନ୍ତୋଷ ଡିଗାଲ ଙ୍କ ସ୍ତ୍ରୀ ମନସସ୍ମିତା ବେହେରା ଗର୍ଭବତୀ ଥିବାରୁ ବ୍ରହ୍ମପୁର ମେଡିକାଲ କୁ ଆସିଥିଲେ l କିନ୍ତୁ ଦୁଃଖର ବିଷୟ ତାଙ୍କର ପୁତ୍ର ସନ୍ତାନ ଜନ୍ମହେବା କିଛି ଦିନଭିତରେ ଛୁଆ ମୁର୍ତ୍ୟୁ ହୋଇଥିବା ସକାଶେ l ମେଡିକାଲ କର୍ତୃପକ୍ଷ ଛୁଆ କୁ ନେଇବାହାରିବା ନିମନ୍ତେ ସୂଚନା ଦେଇଥିଲେ l ବାପ ସନ୍ତୋଷ ଦିଗାଲ ସାରା ରାଜ୍ୟରେ ଲକଡାଉନ ହେବା ଯୋଗୁଁ ଉପାୟ ନପାଇ ମୁର୍ତ୍ୟୁ ଛୁଆକୁ ଏକ ବ୍ୟାଗରେ ଧରି ୩ ଦିନ ଧରି ଘୁରିବୁଲୁଥିବା ସେ ପ୍ରକାଶ କରିବା ସହ ଅଞ୍ଚଳର ରୋଗୀ ମଧ୍ୟ କହିଛନ୍ତି l ସେ ଗରିବ ଏବଂ ତାଙ୍କ ଠାରେ ଟଙ୍କାନଥିବା ସହ ଖାଇବା ପାଇଁ ସୁବିଧା ନାହିଁ ସେ ଘର ଅଭିମୁଖେ ଯିବାକୁ ଚାଉଁଥିଲେ ମଧ୍ୟ ଯିବାପାଇଁ ଉପାୟ ନାହିଁ କି ସହଯୋଗ ବି ନଥିବା କହିଛନ୍ତି ସରକାରୀ ଆମ୍ବୁଲାନ୍ସ ପାଇଁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ସେବା ତାଙ୍କ ପାଇଁ ବିଫଳ ସାଜିଛି l ସେ ଉପାୟ ନପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ ନିମନ୍ତେ ଯାଇଥିଲେ l କିନ୍ତୁ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ ପାଇଁ ତାଙ୍କୁ କାର୍ଯ୍ୟାଳୟର କିଛି କର୍ମଚାରୀ ସାକ୍ଷାତ କୁ ବାରଣ କରିଥିବା ରୁ ସେ କନ୍ଧମାଳ ଜିଲ୍ଲା ଫୁଲବାଣୀର “ୟୁଥ ଅଫ କନ୍ଧମାଳ” ସଭାପତି ଅଂଶୁମାନ ପ୍ରିୟଦର୍ଶନ ଙ୍କୁ ଯୋଗାଜକ କରିଥିଲେ l “ୟୁଥ ଅଫ କନ୍ଧମାଳ” ସଭାପତି ଦୁନିଆହାଲଚାଲ କାର୍ଯ୍ୟାଳୟକୁ ଅବଗତ କରିବା ସଙ୍ଗେ ସଙ୍ଗେ ଖବରର ପ୍ରକାଶକ, ରିପୋର୍ଟର ପ୍ରମୁଖ ଯାଇ ଉପଜିଲ୍ଲାପାଳ ସିନ୍ଧେ ଦତ୍ତlତ୍ରୟ ବlହୁସାହେବ ଙ୍କୁ ସାକ୍ଷାତ କରିବାରୁ ଉପଜିଲ୍ଲାପାଳ ଆମ୍ବୁଲାନ୍ସ ବର୍ତମାନ ବାହାରକୁ ଯାଇଛି ଆଜି ସନ୍ଧ୍ୟାରେ ଆସିଲେ ତାଙ୍କ ସେବାରେ ନିୟଜିତ କରାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ l ଏଥିସହ ରୋଗୀ ଏବଂ ତାଙ୍କ ସାଙ୍ଗରେ ଆସିଥିବା ଲୋକଙ୍କୁ ଖାଇବା ଯୋଗାଇ ଦେଇଥିଲେ l

 

LEAVE A REPLY

Please enter your comment!
Please enter your name here