ସ୍ୱୟଂ ରାଷ୍ଟ୍ରୀୟ ସେବା ସଙ୍ଘ ଦ୍ୱାରା ରନ୍ଧାଖାଦ୍ୟ ବଣ୍ଟନ

0
232

 

କନ୍ଧମାଳ, ୧୦/୦୪/୨୦୨୦: କରୋନା ସଚେତନ ପାଇଁ ସାରା ଦେଶ ଓ ରାଜ୍ୟ ଲକ୍ ଡାଉନ ଘୋଷଣା କରାଯାଇଛି, ଯାହା ଫଳରେ ସବୁ ସହର ଓ ଗ୍ରାମଞ୍ଚଳରେ ସମସ୍ତ ଦୋକାନ, ହୋଟେଲ ବନ୍ଦ ରହିବା ଫଳରେ ନିହାତି ଗରିବ ଓ ଅସହାୟ ଲୋକ ଅସୁବିଧା ସମ୍ମୁଖୀନ ହେଉଥିଲେ। ଆଜି ବାଲିଗୁଡ଼ା ସହରାଞ୍ଚଳରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଦ୍ୱାରା ରନ୍ଧା ଖାଦ୍ୟ ଆୟୋଜନ କରାଯାଇଛି ଏହା ବାଲିଗୁଡ଼ା ବସ ଷ୍ଟାଣ୍ଡ ଆରମ୍ଭ କରାଯାଇ ମେଡ଼ିକାଲରେ ଦିଆଯାଇଛି। ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ତ୍ରିଲୋଚନ ଆଚରି, କାଳନ୍ଦୀ ଚରଣ ପଣ୍ଡା, ଭଗବାନ ପଣ୍ଡା, ଭୀମ ସାହୁ, ଦିଲୀପ ପାତ୍ର, ଡମ୍ବରୁଧର ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିଥିଲେ ।

ରିପୋର୍ଟ: ସଦାଶିବ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here