କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

0
149

 

ଗଞ୍ଜାମ,୧୩/୦୪/୨୦୨୦ (ଟୁକୁନା ପ୍ରଧାନ) – : କରୋନା ର ମୁକାବିଲା କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛାରେ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଛନ୍ତି ।ସେହିଭଳି ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡାର ସୁନାମଧନ୍ୟ ଷ୍ଟେସନାରୀ ବ୍ୟବସାୟୀ ଧରିତ୍ରୀ ଷ୍ଟୋର୍ ର ମାଲିକ ବିଜୟ କୁମାର ପଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ଶ୍ରି ପଣ୍ଡା ଙ୍କ ବଦାନ୍ୟତା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରି ପ୍ରଧାନ ସମେତ ଅନ୍ୟମାନେ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here