ରାଜ୍ୟ କରୋନା ଆକ୍ରାନ୍ତ ସଂଖ୍ଯା ୫୫ କୁ ବୃଦ୍ଧି, ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସୁଚନା ପ୍ରଦାନ କରିଲେ ସୁବ୍ରତ ବାଗଚୀ

0
135

ଭୁବନେଶ୍ୱର,୧୩/୦୪/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ୟ ରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି।ଚିହ୍ନଟ ହୋଇଥିବା ୫୫ନମ୍ବର କରୋନା ଆକ୍ରାନ୍ତ ଭୂବନେଶ୍ୱର ବୋମିଖାଲ ଅଚଂଳ ର। ତାଙ୍କ ଗସ୍ତ ବିବରଣୀ ମଧ୍ଯ ଆସିଛି । ସେ ୭,୮,୨୨ ଓ ୩୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡ଼ିଛି । ୨୨ମାର୍ଚ୍ଚରୁ ୧୨ଏପ୍ରିଲ ଯାଏଁ ବମିଖାଲ ଅଞ୍ଚଳରେ ରହିଥିଲେ । ୧୩ଏପ୍ରିଲରେ ସମ୍ପୃକ୍ତ ବ୍ୟକ୍ତିଙ୍କର ନମୁନା କରୋନା ପଜିଟିଭ୍ ଆସିଛି ।

ରାଜ୍ୟରେ ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ବୟସ ୩୫ବର୍ଷ ବୋଲି ଜଣାପଡ଼ିଛି । ସେ ବମିଖାଲରୁ ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ସଂସ୍ପର୍ଶ ରେ ଆସିଥିଲେ । ଏନେଇ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ।

LEAVE A REPLY

Please enter your comment!
Please enter your name here