ଗଜପତି: ମାସ୍କ ପିନ୍ଧିବା ବାଧ୍ୟତା ଉପରେ ଗୁରୁତ୍ୱ ଏବଂ ସ୍ବେଚ୍ଛାସେବୀ ସଂଘଠନ ଓ ଅଙ୍ଗନବାଡି ପକ୍ଷରୁ ମାସ୍କ ବଣ୍ଟନ

0
337

 

ପାରଳାଖେମୁଣ୍ଡି, ୧୩/୦୪/୨୦୨୦: ମହାମାରି କରୋନା ଭୁତାଣୁ ସଂକ୍ରମିତ’ରୁ ସୁରକ୍ଷିତ ରହିବା ଏବଂ ଏହା ଅନ୍ୟ ଦ୍ୱାରା ଯେପରି ଜଣକୁ ନ ବ୍ୟାପିବ , ସେଥିପାଇଁ କେନ୍ଦ୍ର ସରକାର’ଙ୍କ ପକ୍ଷରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଘୋଷଣା କରା ଯାଇଛି ।
ଏଥିପାଇଁ ପ୍ରଶାସନ ସମେତ ସବୁ ମହଲ’ରେ ସରକାର’ଙ୍କ ଏଭଳି ଘୋଷଣା ପ୍ରତି ସ୍ୱାଗତ କରାଯାଇଛି ।
ଅନ୍ୟ ପକ୍ଷରେ ପ୍ରଶାସନ ଓ ପୋଲିସ ପକ୍ଷରୁ ମଧ୍ୟ ସମସ୍ତେ ଯେଭଳି ବାଧ୍ୟତା ମୂଳକ ଭାବେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ , ସେଥିପାଇଁ ଏହି ନିୟମ’କୁ କଡାକଡି କରାଯାଇଛି ।
ପାରଳାଖେମୁଣ୍ଡି ପୌର ପରିଷଦ’ରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ସହ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପ୍ରତିଦିନ ନିୟମିତ ଭାବେ ମାଇକିଙ୍ଗ ଦ୍ୱାରା ସମସ୍ତଙ୍କୁ ସଚେତନ କରାଯାଉଛି ।
ଦୈନିକ ହାଟ , କିରାଣୀ ଦୋକାନ , ଓ ପେଟ୍ରୋଲ ବାଙ୍କ’ରେ ମାସ୍କ ପିନ୍ଧିବା ପ୍ରତି ଅଧିକ ଗୁରୁତ୍ଵ ଦିଆ ଯାଉଛି ।
ପନିପରିବା ହାଟରେ ଓ କିରାନି ଦୋକାନରେ ଉଭୟ ବିକାଳୀ ଓ ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରୁଥିବା ଦେଖାଯାଇଛି। ।
ସେହିଭଳି ପେଟ୍ରୋଲ ବାଙ୍କ ମାନଙ୍କରେ “ନୋ ମାସ୍କ ନୋ ପେଟ୍ରୋଲ” ଲେଖାଯାଇ ଯେଉଁ ମାନେ ମାସ୍କ ପିନ୍ଧି ପେଟ୍ରୋଲ  ପାଇଁ ଆସୁଛନ୍ତି ସେହି ମାନଙ୍କୁ କେବଳ ପେଟ୍ରୋଲ ଦିଆ ହେଉଛି ।
ସରକାରଙ୍କ ପକ୍ଷରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୁଳକ କରା ଯିବାପରେ ସମସ୍ତେ ମାସ୍କ ପିନ୍ଧାକୁ ଅଧିକ ଗୁରୁତ୍ୱ ଦେଇ ମାସ୍କ ପିନ୍ଧୁଛନ୍ତି । ହେଲେ ମଧ୍ୟ ମାସ୍କପିନ୍ଧା ଅନେକ ଅଭାବିଙ୍କ ଠାସରେ ତାହା ସମ୍ଭବ ହୋଇପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଘଠନ ତରଫରୁ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସମସ୍ତ ପ୍ରକାରର ଶତାଧିକ କର୍ମଚାରୀଙ୍କୁ ସେନିଟାଇଜର ଓ ମାସ୍କ ବଣ୍ଟନ କରା ଯାଇଥିଲା ।
ସେହିଭଳି ମାସ୍କ’ର ଘୋର ଅଭାବ ଏବଂ ଗ୍ରାମାଞ୍ଚଳ’ରେ ରହୁଥିବା ଗରିବ ଦୁଖୀ ଓ ଅସହାୟ ଲୋକଙ୍କୁ ଏହିଭଳି ଅଭାବି ପୁରାଣ କରିବା ପାଇଁ ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ବି:-ସୀତାପୁର ଗ୍ରାମର ଅଙ୍ଗନବାଡି ଦିଦି ପୁଷ୍ପାଞ୍ଜଳି ପଣ୍ଡା ଆଗେଇ ଆସି ନିଜସ୍ୱ ଖର୍ଚ୍ଚ’ରେ ୨୦୦ ରୁ ଅଧିକ ମାସ୍କ ଗ୍ରାମ’ର ମା କୁଠାରୀ ମହିଳା ମଣ୍ଡଳୀ ଗ୍ରୁପ ମାଧ୍ୟମରେ ତିଆରି କରାଇ ବଣ୍ଟନ କରୁଛନ୍ତି ।
ଏହି ମାସ୍କ ତିଆରି ପ୍ରସ୍ତୁତ ଉପରେ ମା କୁଠାରୀ ମହିଳା ମଣ୍ଡଳୀ ଗ୍ରୁପ’ର ମାସ୍କ ସିଲେଇ କରୁଥିବା ଜଣେ ସଭ୍ୟା ରଶ୍ମିତା ପଣ୍ଡା , କିଭଳି ମାସ୍କ ତିଆରି କରୁଛନ୍ତି , କହିଥିଲେ ।
ସେହିଭଳି ନିଜସ୍ୱ ଖର୍ଚ୍ଚରେ ମାସ୍କ ତିଆରି କରାଇ କିଭଳି ଓ କାହାକୁ ବଣ୍ଟନ କରୁଛନ୍ତି , ସେ ସମ୍ପର୍କରେ ଅଙ୍ଗନବାଡି ଦିଦି ପୁଷ୍ପାଞ୍ଜଳୀ ପଣ୍ଡା କହିଥିଲେ ।

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here