କରୋନା ମୁକାବିଲାର ସମୀକ୍ଷା କଲେ ବିଧାୟିକା

0
142

 

ଗଞ୍ଜାମ,୧୪/୦୪/୨୦୨୦ (ଟୁକୁନା ପ୍ରଧାନ) – : କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆଜି ବେଗୁନିଆପଡା ବ୍ଲକ ଗସ୍ତ କରି ବି ଡି ଓ ବେଦବର ପ୍ରଧାନଙ୍କ ସହ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା  କରିଥିଲେ। ସମସ୍ତ ମାର୍କେଟ ଅଞ୍ଚଳରେ ସାନିଟାଏଜି, ସମସ୍ତ ପଂଚାୟତ କୂପ ,ମଣ୍ଡପ,ସର୍ବସାଧାରଣ ବ୍ୟବହୃତ ସ୍ଥାନରେ  ବ୍ଲିଚିଙ୍ଗ ବିଶୋଧନ କରିବା ସରକାରଙ୍କ ତରଫରୁ ଦିଅଯାଇଥିବା ସହାୟତାକୁ ସୁଚାରୁ ରୂପେ ବଣ୍ଟନ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ | ଲକ ଡାଉନକୁ କଡାକଡି ପାଳନ କରିବା ସହ ଯେକୌଣସି ସମୟରେ କରୋନା ମୁକାବିଲା ପ୍ରସ୍ତୁତ ରହିବାକୁ କହିଥିଲେ ।ଏଥି ସହିତ ଖଣ୍ଡିଆନଈ ପଂଚାୟତର ବିର ଜଗନ୍ନାଥପୁର ଶାସନରେ ରାସନ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଚାଉଳକୁ ବୁଲି ଦେଖିବା ସହ ହିତାଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ବେଗୁନିଆପଡା ପଂଚାୟତରେ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ଆସିଥିବା ପନ୍ଦର ସହ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏହିସମୟରେ ବିଡ଼ିଓ ବେଦବର ପ୍ରଧାନ , ବ୍ଲକ ବି ଜେ ଡି ସଭାପତି ବିଜୟ କୁମାର ଦୋରା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା, ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା, ସରପଞ୍ଚ ଅରୁଣ କୁମାର ମାଝୀ ଉପସ୍ଥିତ ଥିଲେ। ଏହା ପରେ କୋଦଳା ଜେଲକୁ ଯାଇ ଜେଲ ଅଧିକାରୀ ବିଭେନ୍ଦୁ କୁମାର ଭୂୟାଁଙ୍କ ସହ ବର୍ତ୍ତମାନ ପରିସ୍ଥିତିରେ କଏଦୀଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରିଥିଲେ ।ଏହା ପରେ ସମସ୍ତ କଏଦୀମାନଙ୍କୁ ମାସ୍କ ବଣ୍ଟନ କରିଥିଲେ ।ଜେଲ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here