ଗଞ୍ଜାମ : ବାହାରେ ଛେପ ପକାଇଲେ ଗଣିବେ ଫାଇନ

0
129

 

ବ୍ରହ୍ମପୁର,୧୫/୦୪/୨୦୨୦(ବ୍ୟୁରୋ ରିପୋର୍ଟ)କରୋନା ଭାଇରସର ମୁକାବିଲା ପାଇଁ ୨ୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ମେ’ ୩ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ଏଥିସହିତ ଆଗାମୀ ଏକ ସପ୍ତାହ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ତେଣୁ ଘରୁ ବାହାରିବା ନିୟମ, ଲକ୍ ଡାଉନ କଟକଣାକୁ ଆହୁରି କଡ଼ାକଡି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଲକ୍‌ ଡାଉନ ନିୟମକୁ କଡାକଡି କରିଛନ୍ତି। ଏପରିକି ନିୟମ ନ ମାନିଲେ ଫାଇନ ଚେତାବନୀ ମଧ୍ୟ ଦେଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନରେ ଦର୍ଶାଯାଇଛି, ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେତିକି ନୁହେଁ, ମାସ୍କ ପିନ୍ଧିବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି । ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧିନଥିଲେ ୨ ଶହ ଟଙ୍କା ଜରିମାନ ଦେବାକୁ ପଡିବ ବୋଲି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିପରି ସୋଶାଲ ଡିଷ୍ଟାନ୍ସିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଲୋକମାନେ ପରସ୍ପର ମଧ୍ୟରେ ୨ ମିଟର ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here